ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ହକି ପାଇଁ ରାଜଧାନୀରେ ହଟିଲା ହୋଡିଂ

0

ଭୁବନେଶ୍ବର; ହକି ମହାକୁମ୍ଭ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସବୁଠି ଦେଖିବାକୁ ମିଳୁଛି ବିଶ୍ୱକପର ଫିଭର । ଭୁବନେଶ୍ୱର ଓ ରାଉରକେଲା ନୂଆରୂପରେ ସଜେଇ ହେଉଥିବା ବେଳେ, ଏଥିରୁ ବାଦ ପଡିନି ପର୍ଯ୍ୟଟନ ସହର ପୁରୀ । ଶିଳ୍ପୀ ମହେଶ୍ୱର ମହାରଣା ପୁରୀରେ ପ୍ରସ୍ତୁତ କରିଛନ୍ତି ୨୨ଫୁଟ ଉଚ୍ଚତାର ହକି ଷ୍ଟିକ୍ । ମହେଶ୍ୱର ବିରାଟକାୟ ୧୬ଟି ହକି ଷ୍ଟିକ ପ୍ରସ୍ତୁତ କରିଛନ୍ତି । ଯାହାକୁ ଭୁବନେଶ୍ୱର ଓ ରାଉରକେଲା ସହର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ ।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ସହରର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପନ ନିଷେଧାଞ୍ଚଳ ବା ନୋ ହୋର୍ଡିଂ ଜୋନ ଭାବେ ଘୋଷଣା କରିଛି ବିଏମସି । ବିମାନବନ୍ଦରରୁ ଏଜି ଛକ ଏଜି ଛକରୁ ରାଜଭାବନ ଏବଂ ରାଜଭାବନରୁ ପାଓ୍ବାର ହାଉସ ଛକ ସବୁ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଘୋଷଣା କରାଯାଇଛି। ସେହିଭଳି ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟନ ଠାରୁ ଆରମ୍ଭ କରି ଏଜି ଛକରୁ ପିଏମଜି ଛକ ଏବଂ ପିଏମଜିରୁ ଜନପଥ ପର୍ଯ୍ୟନ୍ତ ଏ ସମସ୍ତ ଅଞ୍ଚଳ ନୋ ହୋର୍ଡିଂ ଜୋନ ଭିତରେ ଆସିବ । ଏହି ଅଞ୍ଚଳରେ କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

Leave A Reply

Your email address will not be published.