ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହକି ପାଇଁ ରାଜଧାନୀରେ ହଟିଲା ହୋଡିଂ

0

ଭୁବନେଶ୍ବର; ହକି ମହାକୁମ୍ଭ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସବୁଠି ଦେଖିବାକୁ ମିଳୁଛି ବିଶ୍ୱକପର ଫିଭର । ଭୁବନେଶ୍ୱର ଓ ରାଉରକେଲା ନୂଆରୂପରେ ସଜେଇ ହେଉଥିବା ବେଳେ, ଏଥିରୁ ବାଦ ପଡିନି ପର୍ଯ୍ୟଟନ ସହର ପୁରୀ । ଶିଳ୍ପୀ ମହେଶ୍ୱର ମହାରଣା ପୁରୀରେ ପ୍ରସ୍ତୁତ କରିଛନ୍ତି ୨୨ଫୁଟ ଉଚ୍ଚତାର ହକି ଷ୍ଟିକ୍ । ମହେଶ୍ୱର ବିରାଟକାୟ ୧୬ଟି ହକି ଷ୍ଟିକ ପ୍ରସ୍ତୁତ କରିଛନ୍ତି । ଯାହାକୁ ଭୁବନେଶ୍ୱର ଓ ରାଉରକେଲା ସହର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯିବ ।

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ସହରର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପନ ନିଷେଧାଞ୍ଚଳ ବା ନୋ ହୋର୍ଡିଂ ଜୋନ ଭାବେ ଘୋଷଣା କରିଛି ବିଏମସି । ବିମାନବନ୍ଦରରୁ ଏଜି ଛକ ଏଜି ଛକରୁ ରାଜଭାବନ ଏବଂ ରାଜଭାବନରୁ ପାଓ୍ବାର ହାଉସ ଛକ ସବୁ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଘୋଷଣା କରାଯାଇଛି। ସେହିଭଳି ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟନ ଠାରୁ ଆରମ୍ଭ କରି ଏଜି ଛକରୁ ପିଏମଜି ଛକ ଏବଂ ପିଏମଜିରୁ ଜନପଥ ପର୍ଯ୍ୟନ୍ତ ଏ ସମସ୍ତ ଅଞ୍ଚଳ ନୋ ହୋର୍ଡିଂ ଜୋନ ଭିତରେ ଆସିବ । ଏହି ଅଞ୍ଚଳରେ କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

Leave A Reply

Your email address will not be published.