ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସ୍ୱାଭାବିକ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

0

ଭୁବନେଶ୍ବର; ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି । ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ସର୍କିଟ ହାଉସ ବୈଠକରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି ।

ଖବର ଅନୁଯାୟୀ, ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ଦେଇଥିଲା ବିବାଦ । ଏହାପରେ ମହାପ୍ରଭୁଙ୍କ ୩ ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ସେବା ପ୍ରତିନିଧି ଧାରଣା ଦେଇଥିଲେ । ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା ।

ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବଂଟାଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ଭୋଗ ବିକ୍ରୀ କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଛି, ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ । ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିଥିଲା ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଥିଲେ ।

Leave A Reply

Your email address will not be published.