ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣ ଆରମ୍ଭ

0

ଭୁବନେଶ୍ବର; ଆଜିଠୁ ଷ୍ଟିଲସିଟିକୁ ଉଡିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ରାଉରକେଲା ବିମାନ ଉଡାଣର ଶୁଭାରମ୍ଭ କରିଛନ୍ତି । ସେପଟେ ଆନୁଷ୍ଠାନିକ ଭାବେ ଭିସିରେ ଶୁଭାରମ୍ଭ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସକାଳ ୧୦ ଟା ୪୫ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି । ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ଟା ୫୫ରେ ଛାଡ଼ିବ, ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ। ସେହିଭଳି ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ। ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାଇପାରିବେ। ପ୍ରାରମ୍ଭିକ ଭାବେ ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି ।

Leave A Reply

Your email address will not be published.