ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

0

ରାଉରକେଲା; ଭିଜିଲାନ୍ସ କବଜ୍ଜାରେ ପଡ଼ିଲେ ରାଉରକେଲା ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କିରାଣି ନନ୍ଦୀ କିଶୋର ନାଥଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନନ୍ଦୀ କିଶୋର ରାଉରକେଲା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ କାର୍ଯ୍ୟାଳୟ ଓ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି ।

ଆଜି ସକାଳୁ ସକାଳୁ ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦୀ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି । ଏହି ଚଢ଼ାଉରେ ୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଏହି ଚଢ଼ାଉ ହେଉଛି।

Leave A Reply

Your email address will not be published.