ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

0

ରାଉରକେଲା; ଭିଜିଲାନ୍ସ କବଜ୍ଜାରେ ପଡ଼ିଲେ ରାଉରକେଲା ଆରଡବ୍ଲୁ ଡିଭିଜନର କନିଷ୍ଠ କିରାଣୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କିରାଣି ନନ୍ଦୀ କିଶୋର ନାଥଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନନ୍ଦୀ କିଶୋର ରାଉରକେଲା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍‌ରେ କାର୍ଯ୍ୟରତ ଅଛନ୍ତି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ କାର୍ଯ୍ୟାଳୟ ଓ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି ।

ଆଜି ସକାଳୁ ସକାଳୁ ରାଉରକେଲା ପାନପୋଷ ନିକଟରେ ଥିବା ନନ୍ଦୀ କିଶୋରଙ୍କ ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ଥିବା ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି । ଏହି ଚଢ଼ାଉରେ ୩ ଡିଏସ୍‌ପି, ୯ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଏହି ଚଢ଼ାଉ ହେଉଛି।

Leave A Reply

Your email address will not be published.