ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମଧ୍ୟାହ୍ନ ଭୋଜନରେ ସାପ, ୩୦ ଶିକ୍ଷାର୍ଥୀ ଅସୁସ୍ଥ

0

ଭୁବନେଶ୍ବର; ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ମିଳିଲା ସାପ । ଏହି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ୩୦ ଜଣ ଶିକ୍ଷାର୍ଥୀ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମୟୂରଶ୍ୱର ବ୍ଲକରେ ଥିବା ଗୋଟିଏ ପ୍ରାଥମିକ ସ୍କୁଲର ୩୦ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହାପରେ ପିଲାମାନେ ବାନ୍ତି କରିଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ରାମପୁରହାଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା କର୍ମଚାରୀ କହିଛନ୍ତି ଯେ ରୋଷେଇ ପାଇଁ ରହିଥିବା ବାସନରୁ ଗୋଟିଏ ସାପ ମିଳିଥିଲା ।

ତେଣୁ ଅସୁସ୍ଥତା ପଛରେ ସାପ ରହିଥିବା ଆଶଙ୍କା କରାଯାଉଛି । ତେବେ ସମସ୍ତ ଶିକ୍ଷାର୍ଥୀ ସୁସ୍ଥ ଥିବା ଖବର ଆସିଛି । ଅନ୍ୟପକ୍ଷରେ ଖବର ମିଳିବା ପରେ ଗାଁ ଲୋକମାନେ ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରିବା ସହ ସ୍କୁଲ ବାହାରେ ଥିବା ବାଇକ ଭଙ୍ଗା ରୁଜୁ କରିଥିଲେ । ପୁଲିସ୍‌ ସେମାନଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା।

Leave A Reply

Your email address will not be published.