ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମଧ୍ୟାହ୍ନ ଭୋଜନରେ ସାପ, ୩୦ ଶିକ୍ଷାର୍ଥୀ ଅସୁସ୍ଥ

0

ଭୁବନେଶ୍ବର; ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ମିଳିଲା ସାପ । ଏହି ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି ୩୦ ଜଣ ଶିକ୍ଷାର୍ଥୀ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମୟୂରଶ୍ୱର ବ୍ଲକରେ ଥିବା ଗୋଟିଏ ପ୍ରାଥମିକ ସ୍କୁଲର ୩୦ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହାପରେ ପିଲାମାନେ ବାନ୍ତି କରିଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ରାମପୁରହାଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା କର୍ମଚାରୀ କହିଛନ୍ତି ଯେ ରୋଷେଇ ପାଇଁ ରହିଥିବା ବାସନରୁ ଗୋଟିଏ ସାପ ମିଳିଥିଲା ।

ତେଣୁ ଅସୁସ୍ଥତା ପଛରେ ସାପ ରହିଥିବା ଆଶଙ୍କା କରାଯାଉଛି । ତେବେ ସମସ୍ତ ଶିକ୍ଷାର୍ଥୀ ସୁସ୍ଥ ଥିବା ଖବର ଆସିଛି । ଅନ୍ୟପକ୍ଷରେ ଖବର ମିଳିବା ପରେ ଗାଁ ଲୋକମାନେ ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରିବା ସହ ସ୍କୁଲ ବାହାରେ ଥିବା ବାଇକ ଭଙ୍ଗା ରୁଜୁ କରିଥିଲେ । ପୁଲିସ୍‌ ସେମାନଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା।

Leave A Reply

Your email address will not be published.