ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଉଦ୍ଧାର ହେଲା ବୋରୱେଲରେ ଫସିଥିବା ଶିଶୁ

0

ଉତ୍ତରପ୍ରଦେଶ; ୪୦ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଥିବା ୬ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାପୁରର କୋଟଲା ସାଦତରେ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ପ୍ରାୟ ୫ରୁ ୭ ଘଣ୍ଟାର ଅପରେସନ ପରେ ଉକ୍ତ ଶିଶୁକୁ ଉଦ୍ଧାର କରିଛି ।

ସୂଚନାନୁଯାୟୀ, ଆଜି ଦିନବେଳେ ଶିଶୁଟି ଖେଳୁଥିବାବେଳେ ହାପୁରର କୋଟଲା ସଦତ ଅଂଚଳରେ ଥିବା ଏହି ପରିତ୍ୟକ୍ତ ବୋରଓ୍ବେଲରେ ଖସିପଡ଼ିଥିଲା । ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଥିଲା । ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ପ୍ରାୟ ୫ରୁ ୭ ଘଣ୍ଟା ଚାଲିବା ପରେ ଶେଷରେ ଶିଶୁକୁ ଉଦ୍ଧାର କରାଯାଇଥିଲା ।

ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଂଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

Leave A Reply

Your email address will not be published.