ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଉଦ୍ଧାର ହେଲା ବୋରୱେଲରେ ଫସିଥିବା ଶିଶୁ

0

ଉତ୍ତରପ୍ରଦେଶ; ୪୦ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଥିବା ୬ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାପୁରର କୋଟଲା ସାଦତରେ। ସ୍ଥାନୀୟ ପ୍ରଶାସନ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ପ୍ରାୟ ୫ରୁ ୭ ଘଣ୍ଟାର ଅପରେସନ ପରେ ଉକ୍ତ ଶିଶୁକୁ ଉଦ୍ଧାର କରିଛି ।

ସୂଚନାନୁଯାୟୀ, ଆଜି ଦିନବେଳେ ଶିଶୁଟି ଖେଳୁଥିବାବେଳେ ହାପୁରର କୋଟଲା ସଦତ ଅଂଚଳରେ ଥିବା ଏହି ପରିତ୍ୟକ୍ତ ବୋରଓ୍ବେଲରେ ଖସିପଡ଼ିଥିଲା । ଏ ସଂପର୍କରେ ସ୍ଥାନୀୟ ପ୍ରଶାସନ ଜାଣିବା ପରେ ଉଦ୍ଧାର ପାଇଁ ଏନଡିଆରଏଫକୁ ମୁତୟନ କରାଯାଇଥିଲା । ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ପ୍ରାୟ ୫ରୁ ୭ ଘଣ୍ଟା ଚାଲିବା ପରେ ଶେଷରେ ଶିଶୁକୁ ଉଦ୍ଧାର କରାଯାଇଥିଲା ।

ଏହି ବୋରଓ୍ବେଲଟିକୁ ପ୍ରଶାସନ ପକ୍ଷରୁ ଖୋଳାଯାଇଥିଲା । ସ୍ଥାନୀୟ ଅଂଚଳରେ ଜଳ ଯୋଗାଣ ପାଇଁ ଏହାକୁ ଖୋଳାଯାଇଥିଲା । କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇ ରହିଛି । ଏହା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହାର ମୁହଁକୁ ବନ୍ଦ ନ କରି ଖୋଲା ଛାଡ଼ିଦିଆଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

Leave A Reply

Your email address will not be published.