ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଦିଲ୍ଲୀରେ ଗଡିବନି ଗାଡ଼ି

0

ଦିଲ୍ଲୀ; ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ବଢ଼ିଚାଲିଛି ବାୟୁ ପ୍ରଦୂଷଣ । ଦିନକୁ ଦିନ ଖରାପ ହେବାରେ ଲାଗିଛି ବାୟୁର ଗୁଣବତ୍ତା ବା ଏକ୍ୟୁଆଇ । ବାୟୁର ଧିମାଗତି ତଥା ତାପମାତ୍ରା ହ୍ରାସ ଯୋଗୁ ଦିଲ୍ଲୀ ସ୍ଥିତି ସଂଗୀନ ହେବାରେ ଲାଗିଛି । ଏନେଇ ଆଜିଠାରୁ ଆସନ୍ତା ଶୁକ୍ରବାର ଯାଏ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ କାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀରେ ବାୟୁର ଗୁଣବତ୍ତା ସିଭିୟର କାଟେଗୋରୀ ସ୍ତରରେ ପହଞ୍ଚିଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଯଦି ଶୁକ୍ରବାର ଏକ୍ୟୁଆଇ ସ୍ଥିତି ସୁଧୁରିବ ତେବେ ଏହି ନିଷିଦ୍ଧାଦେଶ ହଟିବ । ନଚେତ ଏହି କଟକଣା ଆଗକୁ ମଧ୍ୟ ବଢିପାରେ । ଦିଲ୍ଲୀରେ ସୋମବାର ଏକ୍ୟୁଆଇ ୪୩୪ ଥିବାବେଳେ ରବିବାର ୩୭୧ ରହିଥିଲା । ପୂର୍ବରୁ ସ୍ଥିତିକୁ ନଜରରେ ରଖି ପ୍ରତିକାରମୂଳକ ପଦକ୍ଷେପ ନେବା ଲାଗି ସମସ୍ତ ଏନସିଆର ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ ବାୟୁ ଗୁଣବତ୍ତା ପରିଚାଳନା କମିଶନ ।

Leave A Reply

Your email address will not be published.