ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବିଶ୍ବ ହକିକପ ଲାଗି ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି

0

ଭୁବନେଶ୍ବର: ହକି ପୁରୁଷ ବିଶ୍ୱକପର ସୁପରିଚାଳନା ତଥା ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ଖୋର୍ଦ୍ଧା ଜିଲ୍ଲା ସହରାଞ୍ଚଳ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ । ୧୩ ତାରିଖ ଠାରୁ ୨୯ ତାରିଖ ଅର୍ଥାତ ବିଶ୍ୱକପ ଶେଷ ପର୍ଯ୍ୟନ୍ତ ସଜାଗ ରହିବାକୁ ନିର୍ଦ୍ଦେଶ। ମେଡିକାଲ ଅଫିସର, ଫାର୍ମାସିଷ୍ଟ, ନର୍ସିଂ ଷ୍ଟାଫ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନମା ଜାରି ହୋଇଛି । ସମସ୍ତଙ୍କୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୌଣସି କର୍ମଚାରୀ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ମୋବାଇଲ ବନ୍ଦ ରଖି ପାରିବେନି। କୌଣସି କର୍ମଚାରୀ ବିଶ୍ୱକପ ଆୟୋଜନ ସମୟରେ ନିଜର ସାପ୍ତାହିକ ଛୁଟି ନେଇ ପାରିବେ ନାହିଁ। ରାଜଧାନୀର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ପ୍ରକାରର ଅଭାବ ଅସୁବିଧା ଯେଭଳି ନରୁହେ ତାକୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲ ପରିସରର ସ୍ଵଛତା ଓ ପରିମଳ ବ୍ୟବସ୍ଥା ଉପରେ ରହିବ ତୀକ୍ଷ୍ଣ ନଜର।

ୟୁନିଟ-୪ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦ ଏବଂ ପଟିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଟି ଶଯ୍ୟାକୁ ସ୍ୱତନ୍ତ୍ର ଭାବେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ 19 ଟେଷ୍ଟିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବାକୁ ଡିଆଯାଇଛି ନିର୍ଦେଶ। ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି । ଏହାର ତଦାରଖ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ।

Leave A Reply

Your email address will not be published.