ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବିଶ୍ବ ସୁନ୍ଦରୀ ହେଲେ ଆମେରିକାର ଆର ବୋନୀ ଗାବ୍ରିଏଲ

0

ୱାଶିଂଟନ: ଆମେରିକାର ଆର ବୋନୀ ଗାବ୍ରିଏଲ ବନିଛନ୍ତି ୨୦୨୨ର ବ୍ରହ୍ମାଣ୍ଡ ସୁନ୍ଦରୀ। ସେ ଦୁନିଆର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍‌ ୟୁନିର୍ଭସର ଜିତିଛନ୍ତି ମୁକୁଟ। ତାଙ୍କୁ ୨୦୨୧ର ବ୍ରହ୍ମାଣ ସୁନ୍ଦରୀ ତଥା ଭାରତ ହରନାଜ ସାନ୍ଧୁ ବିଜୟ ତାଜ୍‌ ପିନ୍ଧାଇ ବ୍ରହ୍ମାଣ ସୁନ୍ଦରୀ ସମ୍ମାନରେ ସମ୍ମାନୀତ କରିଛନ୍ତି। ମିସ୍‌ ୟୁନିର୍ଭସର ପ୍ରଥମ ରନର୍ସଅପ ଭେନେଜୁଆଲର ଅମନ୍ଦା ଡୁଡାମେଲ ହୋଇଥିବା ବେଳେ ଦ୍ୱିତୀୟ ରନର୍ସଅପର ମୁକୁଟ ଡୋମିନିକାନ ରିପ୍ଲବିକର ଆଣ୍ଡ୍ରେଇନା ମାର୍ଟିନେଜ ହାତେଇଛନ୍ତି। ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ଦୌଡ଼ରେ ଭାରତର ଦିବିତା ରାୟ ମଧ୍ୟ ରହିଥିଲେ। ସେ ଟପ୍‌ ୧୬ରେ ମଧ୍ୟ ପହଞ୍ଚି ଯାଇଥିଲେ। ହେଲେ ଟପ୍‌ ୫ରେ ନିଜର ସ୍ଥାନ ବଜାୟୀ ରଖିପାରି ନଥିଲେ।

ସୂଚନାଯୋଗ୍ୟ; ବୋନୀ ହେଉଛନ୍ତି ଜଣେ ଇକୋ ଫ୍ରେଣ୍ଡଲୀ ଫ୍ୟାଶନ ଡିଜାଇନର। କଳା, କ୍ରୀଡ଼ା ଓ ଟ୍ରାଭେଲରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି। ସ୍କୁଲ ସମୟରେ ଭଲିବଲ ଖେଳୁଥିବା ବୋନୀ ଶେଷରେ ଫ୍ୟାଶନ ଜଗତରେ ପ୍ରବେଶ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଫ୍ୟାବ୍ରିକ ଓ ଟେକ୍ସଟାଲ ଡିଜାଇନ ଆରମ୍ଭ କରିଥିଲେ। ଉତ୍ତର ଟେକ୍ସାସରେ ଥିବା ବିଶ୍ୱବିଦ୍ୟାଳୟରୁ ସେ ଫ୍ୟାଶନ ଡିଜାଇନରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ନିଜସ୍ୱ କମ୍ପାନୀ ଆର ବୋନୀ ନୋଇଆର ସିଇଓ ଭାବେ କାମ କରୁଛନ୍ତି।

Leave A Reply

Your email address will not be published.