ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଡିଓ ଘରେ ପଶିଲା ଭିଜିଲାନ୍ସ

0

ନୂଆପଡ଼ା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସକାଳୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ  ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି। ସେହିପରି ନୂଆପଡ଼ାର ଖଡିଆଳରେ ଥିବା ନାରାୟଣଙ୍କ ଅଫିସ ଓ ସରକାରୀ ବାସଭାବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍‌ପି ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍‌ଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ୧୪ ହଜାରରୁ ଅଧିକ ଟଙ୍କା, ବ୍ୟାଙ୍କ କାଗଜପତ୍ର, ଇନସ୍ୟୁରାନ୍ସ  ଜବତ କରାଯାଇଛି। ବିଡିଓଙ୍କ ବଲାଙ୍ଗିର ଘରୁ ଭିଜିଲାନ୍ସ ନଗଦ ୩ ଲକ୍ଷ ୬୮ ହଜାର ଟଙ୍କା ସହିତ ବହୁ ପରିମାଣର ସୁନା ଗହଣା ପାଇଥିବା ସୂଚନା ମିଳିଛି । ବିଡିଓଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି, ବୀମା, ବ୍ୟାଙ୍କ ବାଲାନ୍ସ, ନଗଦ ଟଙ୍କା, ସୁନା ଅଳଙ୍କାର ଏସବୁକୁ ଏବେ ଆକଳନ କରୁଛି ଭିଜିଲାନ୍ସ ଟିମ୍।

Leave A Reply

Your email address will not be published.