ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

0

ଭୁବନେଶ୍ୱର, ୧୭/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ୍ରଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାରଟି ହେଉଛି “ ଷ୍ଟୁଡେଂଟ ଇନୋଭେଟିଭ୍‌ସ, ଷ୍ଟୁଡେଂଟ ଏଗ୍‌ଜିବିଟର” ଏବଂ ଦ୍ୱିତୀୟଟି ହେଉଛି “ଆୱାର୍ଡ ଅଫ୍ ରେକଗ୍‌ନାଇଜେସନ୍‌”। ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ରବିବାର ଏହି ମେଳାରେ ଇଣ୍ଡଷ୍ଟ୍ରୀ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପାଇଁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସୋମବାର ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‌ଚୀ ଓ ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଡକ୍ଟର ଓମ୍‌କାର ରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ।

ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ୱିୱେର୍ ଏବଂ ଏହାର ସଦସ୍ୟ ପୁରୁ ଅନିକେତ୍‌, ବିନିତ ଜନା, ଭୂମିକା ସିଂ, ପ୍ରଥମ ରାଜ, ମୋଦସିର୍ ଅନସାରୀ, ସୋହନ ରାଉତ , ଅତୁଲ ସାହୁ, ପି. ବିଶ୍ୱନାଥ ପାତ୍ର, ଅର୍ଚ୍ଚନା କୁମାର ବୋସ୍‌, ମୋହିତ କୁମାର ସରାଫ୍ , ଦେବାଙ୍ଗନ୍ ଚକ୍ରବର୍ତୀଙ୍କୁ ସେମାନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଛାତ୍ର୍ରଛାତ୍ରୀମାନେ ପୂର୍ବରୁ ଦୁବାଇରେ ଆୟୋଜିତ ଜିଆଇଟିଇଏକ୍ସ ଗ୍ଳୋବାଲ୍ କାର୍ଯ୍ୟକ୍ରମରେ ସୁପରନୋଭା ଯୁଥ୍ ଏଂଟରପ୍ରିନ୍ୟୁଅର ଆୱାର୍ଡ ପାଇଥିଲେ । ଏହାସହ ଓଡିଶା ହାକାଥନ୍ ଅର୍ଥାତ୍ କୋଡ୍‌ଫର୍ ଓଡିଶା କାର୍ଯ୍ୟକ୍ରମରେ ସେମାନେ ରନର୍ସଅପ୍ ହୋଇଥିଲେ ।

Leave A Reply

Your email address will not be published.