ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

0

ଭୁବନେଶ୍ୱର, ୧୭/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ୍ରଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାରଟି ହେଉଛି “ ଷ୍ଟୁଡେଂଟ ଇନୋଭେଟିଭ୍‌ସ, ଷ୍ଟୁଡେଂଟ ଏଗ୍‌ଜିବିଟର” ଏବଂ ଦ୍ୱିତୀୟଟି ହେଉଛି “ଆୱାର୍ଡ ଅଫ୍ ରେକଗ୍‌ନାଇଜେସନ୍‌”। ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।

ରବିବାର ଏହି ମେଳାରେ ଇଣ୍ଡଷ୍ଟ୍ରୀ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପାଇଁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ସୋମବାର ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‌ଚୀ ଓ ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଡକ୍ଟର ଓମ୍‌କାର ରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ ।

ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ୱିୱେର୍ ଏବଂ ଏହାର ସଦସ୍ୟ ପୁରୁ ଅନିକେତ୍‌, ବିନିତ ଜନା, ଭୂମିକା ସିଂ, ପ୍ରଥମ ରାଜ, ମୋଦସିର୍ ଅନସାରୀ, ସୋହନ ରାଉତ , ଅତୁଲ ସାହୁ, ପି. ବିଶ୍ୱନାଥ ପାତ୍ର, ଅର୍ଚ୍ଚନା କୁମାର ବୋସ୍‌, ମୋହିତ କୁମାର ସରାଫ୍ , ଦେବାଙ୍ଗନ୍ ଚକ୍ରବର୍ତୀଙ୍କୁ ସେମାନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଛାତ୍ର୍ରଛାତ୍ରୀମାନେ ପୂର୍ବରୁ ଦୁବାଇରେ ଆୟୋଜିତ ଜିଆଇଟିଇଏକ୍ସ ଗ୍ଳୋବାଲ୍ କାର୍ଯ୍ୟକ୍ରମରେ ସୁପରନୋଭା ଯୁଥ୍ ଏଂଟରପ୍ରିନ୍ୟୁଅର ଆୱାର୍ଡ ପାଇଥିଲେ । ଏହାସହ ଓଡିଶା ହାକାଥନ୍ ଅର୍ଥାତ୍ କୋଡ୍‌ଫର୍ ଓଡିଶା କାର୍ଯ୍ୟକ୍ରମରେ ସେମାନେ ରନର୍ସଅପ୍ ହୋଇଥିଲେ ।

Leave A Reply

Your email address will not be published.