ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କେରଳରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

0

କେରଳ; ମାସ୍କ ପିନ୍ଧିବାକୁ ନେଇ ବାଧ୍ୟତାମୂଳକ କଲେ କେରଳ ସରକାର। ଚୀନରେ କରୋନା ମାମଲା ବଢିବା ସହ ଭାରତ, ଜାପାନ ଏବଂ ଆମେରିକା ପରି ଦେଶରେ କୋଭିଡ଼ ମାମଲା ବଢ଼ିବାରେ ଲାଗିଛି । ଆଉ ଏହାରି ମଧ୍ୟରେ କେରଳ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଅଫିସ, ଅନୁଷ୍ଠାନ,ଜନଗହଳି ଆଦି ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏବଂ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁଠି ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବର୍ତମାନ କେରଳରେ ଏକ ହଜାରରୁ ଅଧିକ ଆକ୍ଟିଭ ମାମଲା ଚିହ୍ନଟ ହୋଇଛି

କରୋନା ସଂକ୍ରମଣକୁ ନେଇ ଡ଼ବ୍ଲ୍ୟୁଏଚଓର ନୂଆ ଗାଇଡ଼ଲାଇନ ଅନୁସାରେ ,ଯେଉଁ ବ୍ୟକ୍ତିଙ୍କ ଠାରେ ସଂକ୍ରମଣ ଦେଖିବାକୁ ମିଳୁଛି, ସେମାନେ ୧୦ ଦିନ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେବା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରିଛନ୍ତି ।

Leave A Reply

Your email address will not be published.