ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ

0

ନୂଆଦିଲ୍ଲୀ; ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଭାରତର ପ୍ରତିରକ୍ଷା କ୍ଷେତ୍ର । ଏବେ ଆହୁରି ସୁଦୃଢ ହେବ ଭାରତର ପ୍ରତିରକ୍ଷା । ନୂଆ ରୂପରେ ସେନାରେ ସାମିଲ ହେବ ଏକେ-୨୦୩ ରାଇଫଲ ।ଭାରତୀୟ ଏକେ ୪୭ ବଦଳରେ ଏହି ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଉତ୍ତର ପ୍ରଦେଶର ଆମେଠିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ହେବ ।

ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଉଛି । ତେବେ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ । ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ । ଅନ୍ୟପଟେ ଦୀର୍ଘ ଦିନ ଧରି କିଛି ସମସ୍ୟାକୁ ନେଇ ଏହି ରାଇଫଲ ତିଆରି ହୋଇପାରୁନଥିବା ବେଳେ ଏବେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ ।

Leave A Reply

Your email address will not be published.