ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ନ୍ୟୁଜିଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହେଲା ଭାରତ

0

ଭୁବନେଶ୍ବର; ବିଶ୍ୱକପରୁ ବିଦା ହେଲା ଭାରତୀୟ ଦଳ। ଆଜି ଦଳ କ୍ରସଓଭର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଶୁଟ ଆଉଟରେ ହାରି ବିଶ୍ୱକପରୁ ବିଦାୟ ନେଇଛି। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୩-୩ ଗୋଲ ସ୍କୋର କରିବାରୁ ମ୍ୟାଚ୍‌ ଶୁଟ ଆଉଟକୁ ଯାଇଥିଲା। ପ୍ରଥମ ୫ଟି ଶଟ ପରେ ଦୁଇ ଦଳ ପୁଣି ୩-୩ ସ୍ତରରେ ରହିଥିଲେ।

ଏହାପରେ ନ୍ୟୁଜିଲ୍ୟାଣ୍ଡ ଶଟ ମାରିଥିଲେ ମଧ୍ୟ ଶ୍ରୀଜେଶ ଏହାକୁ ଅଟକାଇ ଦେଇଥିଲେ। ଭାରତ ପାଖରେ ଲିଡ୍‌ ପାଇଁ ସୁଯୋଗ ଥିଲେ ମଧ୍ୟ ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ହାତ ଛଡ଼ା କରିଥିଲେ। ପ୍ରଥମ ଶଟ ଅଟକାଇବା ପରେ ପିଆର ଶ୍ରୀଜେଶ ଆହତ ହୋଇଥିଲେ। ଏଥିପାଇଁ କିଶନ ପାଠକ ମୈଦାନକୁ ଓହ୍ଲାଥିଲେ।

ତେବେ ଦୁଇ ଦଳ ନିଜ ନିଜର ଦ୍ୱିତୀୟ ଶଟ୍‌ରେ ସଫଳତା ପାଇଥିଲେ।ଭାରତ ପକ୍ଷରୁ ଲଳିତ କୁମାର ଉପାଧ୍ୟାୟ, ସୁଖଜିତ ସିଂହ ଓ ବରୁଣ କୁମାର ଯଥାକ୍ରମେ ୧୭, ୨୪ ଓ ୪୦ ମିନିଟରେ ଗୋଲ୍‌ ଦେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ତରଫରୁ ସାମ ଲେନ୍‌, କେନ୍‌ ରସେଲ ଓ ସନ୍‌ ଫିଣ୍ଡଲେ ୨୮, ୪୩ ଓ ୪୯ ମିନିଟରେ ଗୋଲ ଦେଇଥିଲେ। ପେନାଲ୍ଟି ସୁଟ୍‌ଆଉଟ୍‌ରେ ନ୍ୟୁଜିଲାଣ୍ଡ ୫ଟି ଗୋଲ୍‌ ଦେଇଥିଲା। ଜବାବରେ ଭାରତ ୪ଟି ଗୋଲ୍‌ ମାରିପାରିଥିଲା। ଫଳରେ ନ୍ୟୁଜିଲ୍ୟାଣ୍ତ ଶୁଟ ଆଉଟରେ ମ୍ୟାଚ୍‌ ଜିତି ଭାରତକୁ ବିଶ୍ୱକପରୁ ବିଦା କରି ଦେଇଛି।

Leave A Reply

Your email address will not be published.