ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କେଉଁ ଆସନ ଉପରେ ଧର୍ମେନ୍ଦ୍ରଙ୍କ ଆଖି?

0

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ରେ ଏଥର ନିର୍ବାଚନ ଲଢ଼ିବେ। ରବିବାର ଦିନ ଏକ ଇଂରାଜୀ ପତ୍ରିକାକୁ ସ୍ବତନ୍ତ୍ର ସାକ୍ଷାତାକାର ଦେଇ ମନ୍ତ୍ରୀ ଏଭଳି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ତେବେ ମୁଖ୍ୟମନ୍ତ୍ରୀ ପଦବିକୁ ଆଖେଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଧାନସଭା ନିର୍ବାଚନ ଲଢିବେ କିମ୍ବା ଲୋକସଭା ନିର୍ବାଚନ ଲଢ଼ିବେ, ତାହା ସ୍ପଷ୍ଟ କରିନାହାନ୍ତି। ଏହି ଖବର କିନ୍ତୁ ରାଜ୍ୟ ବିଜେପିର ଅଧିକାଂଶ ନେତାଙ୍କୁ ଆଶ୍ବସ୍ତ କରିଛି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଗଣମାଧ୍ୟମ ଆଗରେ ଏ ସଂପର୍କରେ ମନ୍ତବ୍ୟ ଦେଇସାରିଛନ୍ତି। ହେଲେ ଦଳର କିଛି ନେତାଙ୍କ କହିବା କଥା ହେଲା, ମନ୍ତ୍ରୀ ନିର୍ବାଚନରେ ଅବତୀର୍ଣ୍ଣ ହେବା ଅର୍ଥ ବିଜେପି ରାଜ୍ୟ ରାଜନୀତିରେ ନିଶ୍ଚିତ ବଳ ପ୍ରୟୋଗ କରିବ। କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ରେ ବି ରାଜ୍ୟ ରହିବ। ଏହାଦ୍ବାରା ସରକାରୀ ବିରୋଧୀ ଭୋଟ ବିଜେପିକୁ ଅଧିକ ସଂଖ୍ୟାରେ ଆସିବ ଓ ସଂଗଠନରେ ବି କ୍ରିୟାଶୀଳତା ବୃଦ୍ଧି ପାଇବ।

୨୦୦୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ଶ୍ରୀ ପ୍ରଧାନ ପରବର୍ତ୍ତୀ ସମୟରେ ଅର୍ଥାତ୍ ୨୦୦୪ରେ ତତ୍କାଳୀନ ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ କିନ୍ତୁ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢ଼ି ହାରି ଯାଇଥିଲେ। ପରେ କିନ୍ତୁ ୨୦୧୨ରେ ଶ୍ରୀ ପ୍ରଧାନ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ ୨୦୧୪ରେ ମୋଦୀ ସରକାର ଆସିବା ପରେ ସେ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ୍ ମନ୍ତ୍ରୀ ଦାୟିତ୍ବ ନେଇଥିଲେ। ପରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଆଉଥରେ ଯାଇ ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୪ରେ ତାଙ୍କର କାର୍ଯ୍ୟକାଳ ସରିବ।

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ନିଜର ସଂଗଠନକୁ ବଢ଼ାଉଛନ୍ତି। ତାଙ୍କ ପତ୍ନୀ ମୃଦଳା ପ୍ରଧାନ ମଧ୍ୟ ସଂଗଠନରେ ବେଶ୍ ସକ୍ରିୟ ଅଛନ୍ତି।

Leave A Reply

Your email address will not be published.