ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ମୃତ ୨୧ ଆହତ

0

ଆମେରିକା; ଆମେରିକାରେ ପୁଣି ଗୁଳି ଫୁଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ଗତ କିଛି ଦିନ ଆମେରିକାର ସର୍ବସାଧାରଣ ସ୍ଥାନରେ ଆଖି ବୁଜା ଗୁଳି ମାଡ଼ ହେଉଥିବା ବେଳେ ଘରୁ ବାହରିବାକୁ ଲୋକେ ସୁରକ୍ଷିତ ମଣୁ ନାହାନ୍ତି।  

ସୂଚନାଯୋଗ୍ୟ: ୱାଶିଂଟନ ୟାକିମାସ୍ଥିତ ଏକ ମଲ୍‌ରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଦୁର୍ବୃତ୍ତଜଣଙ୍କ ଦୋକାନ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲା । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି। ଏହି ଗୁଳିକାଣ୍ଡ ଘଟାଇଥିବା ଦୁର୍ବୃତ୍ତ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ପୂରା ଅଞ୍ଚଳକୁ ସିଲ୍‌ କରି ତଦନ୍ତ କରୁଛି।

ଚଳିତବର୍ଷ ପ୍ରଥମ ତିନି ସପ୍ତାହ ମଧ୍ୟରେ ୩୯ଟି ଗୁଳିକାଣ୍ଡ ହୋଇଛି । ଏହାବାଦ ଗତ ୪ ଦିନ ଭିତରେ ୨୩ଜଣଙ୍କ ଜୀବନ ଗଲାଣି । ଏହାକୁ ନେଇ ଭୟଭୀତ ହେଇପଡିଛନ୍ତି ଆମେରିକାବାସୀ । ଗତ ୨୨ ତାରିଖରେ ଚୀନ ନୂଆବର୍ଷ ପାଳନ ବେଳେ ଲସ୍ ଆଞ୍ଜେଲସର ଏକ କ୍ଲବ୍‌ରେ ଜଣେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଦିନକ ପରେ କାଲିଫର୍ଣ୍ଣିଆର ହାଫ୍ ମୁନ୍ ବେ ସହରରେ ଜଣେ ଦୁର୍ବୃତ୍ତ ଗୁଳିମାଡରେ ୭ ଜୀବନ ଯାଇଥିଲା। ଗତକାଲି ଏକ ସ୍କୁଲରେ ଗୁଳି କାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷକ ଗୁରୁତର ହୋଇଥିଲେ।

Leave A Reply

Your email address will not be published.