ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଆରପାରିରେ ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ

0

କଟକ: ଚାଲି ଯାଇଛନ୍ତି ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲିଭର ଜନିତ ସମସ୍ୟା ଯୋଗୁ ମାସେ ହେଲା ଅକ୍ଲାନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। କଟକ ସତୀଚଉରାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

ଉଲ୍ଲେଖଯୋଗ୍ୟ: ଗତବର୍ଷ ଜାନୁଆରି ୧୧ ତାରିଖରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ମିହିର ଦାସ। ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ।

Leave A Reply

Your email address will not be published.