ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଲା କେନ୍ଦ୍ର

0


• ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ମାନଙ୍କୁ ନୂତନ କର ବ୍ୟବସ୍ଥାରେ ଆୟକର ଦେବାକୁ ପଡିବ ନାହିଁ
• ଟିକସ ଛାଡ ସୀମା ବୃଦ୍ଧି କରି ୩ ଲକ୍ଷ ଟଙ୍କା କରି ଦିଆଯାଇଛି
• ଟିକସ ସ୍ଲାବରେ ପରିବର୍ତ୍ତନ : ସ୍ଲାବ୍ ସଂଖ୍ୟା ୫ କୁ ହ୍ରାସ କରାଯାଇଛି
• ବେତନଭୋଗୀ ଏବଂ ପେନସନଭୋଗୀ ମାନଙ୍କୁ ନୂତନ କର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ସମ୍ପ୍ରସାରଣ ଲାଭ ପ୍ରାପ୍ତ ହେବ
• ସର୍ବାଧିକ କର ହାର ୪୨.୭୪ ପ୍ରତିଶତରୁ ହ୍ରାସ କରାଯାଇ ୩୯ ପ୍ରତିଶତ କରାଯାଇଛି
• ନୂତନ କର ବ୍ୟବସ୍ଥା ହିଁ ଡିଫଲ୍ଟ କର ବ୍ୟବସ୍ଥା ହେବ
• ନାଗରିକ ମାନଙ୍କ ପାଖରେ ପୁରୁଣା କର ବ୍ୟବସ୍ଥାର ମଧ୍ୟ ଲାଭ ଉଠାଇବା ନିମନ୍ତେ ବିକଳ୍ପ ରହିବ

ନୂଆଦିଲ୍ଲୀ; ଦେଶର ପରିଶ୍ରମୀ ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଉପକୃତ କରିବାର ଉଦ୍ଦେଶ୍ୟ ନେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୦୧ ଫେବୃଆରୀ ୨୦୨୩ରେ ସଂସଦରେ କେନ୍ଦ୍ର ବଜେଟ୍ ୨୦୨୩ -୨୪କୁ ଉପସ୍ଥାପନ କରିବା ବେଳେ ବ୍ୟକ୍ତିଗତ ଆୟକର ସମ୍ବନ୍ଧରେ ପାଞ୍ଚ ଗୋଟି ପ୍ରମୁଖ ଘୋଷଣା କରିଛନ୍ତି । ଏହି ଘୋଷଣା ରିହାତି, ଟିକସ ସ୍ଲାବରେ ପରିବର୍ତ୍ତନ, ନୂତନ ଟିକସ ବ୍ୟବସ୍ଥାରେ ମାନକ ରିହାତି ଲାଭର ସଂପ୍ରସାରଣ, ସର୍ବୋଚ୍ଚ ସରଚାର୍ଜ ହାରରେ ହ୍ରାସ ଏବଂ ବେସରକାରୀ ବେତନ ପ୍ରାପ୍ତ କର୍ମଚାରୀ ମାନଙ୍କ ଅବସର ପରେ ଛୁଟି ଆବଣ୍ଟନ ଉପରେ ଟିକସ ଛାଡ ସୀମାର ବିସ୍ତାର ସହିତ ସମ୍ବନ୍ଧିତ ଅଟେ ଏବଂ ଏହା କର୍ମଜୀବୀ ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଅନେକ ଲାଭ ପ୍ରଦାନ କରିବ ।

ରିହାତି ସମ୍ପର୍କରେ ତାଙ୍କର ପ୍ରଥମ ଘୋଷଣାରେ, ସେ ନୂତନ ଟିକସ ବ୍ୟବସ୍ଥାରେ ଆୟକର ରିହାତି ସୀମାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାର ଅର୍ଥ ହେଉଛି ନୂତନ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ସମ୍ପ୍ରତି ଯେଉଁ ମାନଙ୍କର ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ସେମାନେ ଉଭୟ ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥାରେ କୌଣସି ଆୟକର ଦେଉ ନାହାନ୍ତି ।
ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସେ ସ୍ଲାବ ସଂଖ୍ୟାକୁ ପାଞ୍ଚକୁ ହ୍ରାସ କରି ଏବଂ ଟିକସ ଛାଡ ସୀମାକୁ ୩ ଲକ୍ଷ ଟଙ୍କା କରି ନୂତନ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ଟିକସ ସଂରଚନାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଥିଲେ । ନୂତନ ଟିକସ ହାର ହେଉଛି:

ମୋଟ ଆୟ (ଶତକଡା)
୦-୩ ଲକ୍ଷ ୦%
୩-୬ ଲକ୍ଷ ୫%
୬-୯ ଲକ୍ଷ ୧୦%
୯-୧୨ ଲକ୍ଷ ୧୫%
୧୨-୧୫ ଲକ୍ଷ ୨୦%
୧୫ ଲକ୍ଷ ରୁ ଅଧିକ ୩୦%

ଏହା ନୂତନ ଟିକସ ବ୍ୟବସ୍ଥା ସମସ୍ତ ଟିକସଦାତାଙ୍କୁ ବଡ଼ ଧରଣର ଆଶ୍ୱସ୍ତି ପ୍ରଦାନ କରିବ । ବାର୍ଷିକ ଆୟ ୯ ଲକ୍ଷ ଟଙ୍କା ଥିବା ବ୍ୟକ୍ତିଙ୍କୁ କେବଳ ୪୫,୦୦୦ ଟଙ୍କା ଆୟକର ଆକାରରେ ଦେବାକୁ ପଡିବ । ଏହା ତାଙ୍କ ଆୟର ମାତ୍ର ୫ ପ୍ରତିଶତ ଅଟେ । ପୂର୍ବରୁ ତାଙ୍କୁ ୬୦,୦୦୦ ଟଙ୍କା ଦେବାକୁ ପଡୁଥିଲା । ସେହିଭଳି ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ କେବଳ ୧.୫ ଲକ୍ଷ ଟଙ୍କା କିମ୍ବା ତାଙ୍କ ଆୟର ୧୦ ପ୍ରତିଶତ ଦେବାକୁ ପଡିବ, ଯାହା ପୂର୍ବରୁ ୧,୮୭, ୫୦୦ ଟଙ୍କା ହେଉଥିଲା ।

ବଜେଟର ତୃତୀୟ ପ୍ରସ୍ତାବରେ ବେତନ ପ୍ରାପ୍ତ ଶ୍ରେଣୀ ଏବଂ ପାରିବାରିକ ପେନ୍‌ସନ୍‌ଭୋଗୀ ମାନଙ୍କ ସମେତ ପେନ୍‌ସନ୍‌ଭୋଗୀ ମାନଙ୍କୁ ନୂତନ ଟିକସ ବ୍ୟବସ୍ଥାରେ ବହୁତ ସୁବିଧା ମିଳିବ, କାରଣ ଅର୍ଥମନ୍ତ୍ରୀ ମାନକ ରିହାତିର ଲାଭ ନୂତନ କର ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ୧୫.୫ ଲକ୍ଷ ଟଙ୍କା କିମ୍ବା ଅଧିକ ଆୟ କରୁଥିବା ପ୍ରତ୍ୟେକ ବେତନ ପ୍ରାପ୍ତ ବ୍ୟକ୍ତିଙ୍କୁ ୫୨,୫୦୦ ଟଙ୍କାର ଲାଭ ମିଳିବ । ସମ୍ପ୍ରତି ବେତନଭୋଗୀ ବ୍ୟକ୍ତି ମାନଙ୍କୁ କେବଳ ୫୦,୦୦୦ ଟଙ୍କାର ମାନକ ରିହାତି ତଥା ପାରିବାରିକ ପେନ୍‌ସନରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପୁରୁଣା ବ୍ୟବସ୍ଥା ଅନୁସାରେ ମିଳୁଛି ।

ବ୍ୟକ୍ତିଗତ ଆୟକର ସମ୍ବନ୍ଧରେ ତାଙ୍କର ଚତୁର୍ଥ ଘୋଷଣାର ଏକ ଅଂଶ ଭାବରେ, ୨ କୋଟି ଟଙ୍କାରୁ ଅଧିକ ଆୟ ନିମନ୍ତେ ନୂତନ ଟିକସ ବ୍ୟବସ୍ଥାରେ ସର୍ବୋଚ୍ଚ ସରଚାର୍ଜ ହାରକୁ ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରିବାକୁ ଶ୍ରୀମତୀ ନିର୍ମଳା ସୀତାରାମଣ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନର ଟିକସ ହାର ୪୨.୭୪ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ ପାଇବ, ଯାହା ବିଶ୍ୱରେ ସର୍ବାଧିକ ଅଟେ । ତେବେ, ଯେଉଁମାନେ ଏହି ଆୟ ବର୍ଗରେ ପୁରୁଣା ନିୟମ ଅଧୀନରେ ରହିବାକୁ ପସନ୍ଦ କରିବେ, ସେମାନଙ୍କ ପାଇଁ ସରଚାର୍ଜରେ କୌଣସି ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବ ଦିଆଯାଇ ନାହିଁ ।

ପଞ୍ଚମ ଘୋଷଣାର ଏକ ଅଂଶ ଭାବରେ, ବଜେଟରେ ସରକାରୀ କର୍ମଚାରୀଙ୍କ ଭଳି ବେସରକାରୀ ବେତନଭୋଗୀଙ୍କ ଅବସର ସମୟରେ ଛୁଟି ନଗଦୀକରଣ ଉପରେ ଟିକସ ଛାଡ ସୀମାକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ, ସର୍ବାଧିକ ଆୟ, ଯାହା ଉପରେ ଛାଡ ପ୍ରଦାନ କରା ଯାଇ ପାରିବ, ତାହା ହେଉଛି ୩ ଲକ୍ଷ ଟଙ୍କା ।

Leave A Reply

Your email address will not be published.