ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ

0

ବଲାଙ୍ଗୀର; ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜାଙ୍କୁ ଗିରଫ କରିଛି ପୁଲିସ । କଂଟାବାଞ୍ଜିର ଏକ ସିନେମା ହଲ ଭିତରେ ଗଣ୍ଡଗୋଳରେ ବିଧାୟକଙ୍କ ପୁଅର ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅମିତ ପୁଲିସ ସହ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପୋଲିସ ବିଧାୟକଙ୍କ ପୁଅ ସେଜି ସିଂହ ସାଲୁଜାଙ୍କୁ ଗିରଫ କରି ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି । ବିଧାୟକଙ୍କ ପୁଅ ସମେତ ୬ଜଣଙ୍କୁ ଗିରଫ କରିଛି ପୁଲିସ। ସେଜି ସିଂଙ୍କ ଜିମରୁ ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ ହୋଇଛି।

ସୂଚନାଯୋଗ୍ୟ; ଦୁଇ ତିନିଦିନ ଆଗରୁ ଆଲିସାନ ହୋଟେଲରେ ଅମିତ ଓରଫ ସେଜି କୌଣସି କାରଣକୁ ନେଇ ସିନେମା ହଲ ମାଲିକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ଏନେଇ ବିଧାୟକ କିମ୍ବା ତାଙ୍କ ପୁଅ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.