ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଶିକ୍ଷା ସହିତ କ୍ରୀଡାକୁ ଗୁରୁତ୍ୱ ଦେବା ଜରୁରୀ : ଅରୁଣ ଲାଲ

0

ଭୁବନେଶ୍ୱର , ୪/ ୨ : ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଖେଳରେ ମଧ୍ୟ ମନୋନିବେଶ କରିବା ଜରୁରୀ । ପାଠ ସହିତ ଖେଳ ସମାନ୍ତରାଳ ଭାବେ ନ ରହିଲେ ଛାତ୍ରଛାତ୍ରୀଙ୍କୁ ଅର୍ଦ୍ଧ ଶିକ୍ଷିତ କୁହାଯିବ ବୋଲି କହିଛନ୍ତି ପୂର୍ବତନ କ୍ରୀକେଟର ତଥା କମେଂଟେଟର୍ ଅରୁଣ ଲାଲ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବାର୍ଷିକ ଖେଳ ଉତ୍ସବ ସୋଆ କପ୍‌ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏଭଳି ବକ୍ତବ୍ୟ ରଖିଛନ୍ତି ଲାଲ ।
ପାଠପଢ଼ା ସହିତ ଶାରୀରିକ ଓ ମାନସିକ ସୁସ୍ଥତା ମଧ୍ୟ ଜରୁରୀ । ତେଣୁ ନିଜକୁ ଉନ୍ନତ କରିବାକୁ ହେଲେ ଖେଳକୁଦରେ ମଧ୍ୟ ରୁଚି ରଖିବା ଆବଶ୍ୟକ । ଯେ କୌଣସି କ୍ଷେତ୍ର ହେଉ ପଛେ କଠିନ ପରିଶ୍ରମ ଦ୍ୱାରାହିଁ ସଫଳତା ମିଳିପାରିବ ବୋଲି ଭାରତର ପୂର୍ବତନ ଟେଷ୍ଟ ଓପନର କହିଥିଲେ ।

ଦକ୍ଷତା, ପାରଦର୍ଶିତା, କଠିନ ପରିଶ୍ରମ, ଅଭ୍ୟାସ ଏବଂ ଇଚ୍ଛାଶକ୍ତି ଦ୍ୱାରା ହିଁ ସଫଳତା ହାସଲ କରିହେବ । ଛାତ୍ରାବସ୍ଥାର ଏହି ସୁବର୍ଣ୍ଣ ସମୟ ଆଉ ଆଗକୁ ଆସିବନି । ତେଣୁ ଏଭଳି ସୁଯୋଗକୁ ହାତଛଡା ନ କରି ନିଜ କର୍ମ ପଥରେ ଅଗ୍ରସର ହେବା ନେଇ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିବା ବେଳେ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ବାର୍ଷିକ କ୍ରିଡ଼ା ବିବରଣୀ ପ୍ରଦାନ କରିଥିଲେ ।

ଲାଲ କୃତି ପତିଯୋଗୀମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ସୋଆ କପ ୨୦୨୨ ଜାନୁଆରୀ ୪ ତାରିଖ ଦିନ ଉଦ୍‌ଘାଟିତ ହୋଇଥିଲା ।
ସୋଆର ବିଭିନ୍ନ ଅନୁଷ୍ଠାନ ଏବଂ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୧ ଟି କ୍ରିଡ଼ାକୁ ନେଇ ପ୍ରତିଯୋଗିତା କରାଯାଇଥିଲା । ଆଇଟିଇଆର୍‌ର କମ୍ପ୍ୟୁଟର୍ ସାଇନ୍‌ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ଫୁଟବଲ୍‌ରେ ବିଜୟ ହାସଲ କରିଥିବା ବେଳେ ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗର ପୁରୁଷ କ୍ରିକେଟ ଟାଇଟଲ୍ ହାସଲ କରିଥିଲା । ସେହିପରି ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ମହିଳା କ୍ରିକେଟ ଫାଇନାଲରେ ବିଜୟ ହାସଲ କରିଥିଲା ।

ସିଏସ୍‌ଇର ଅମ୍ଳାନ୍ ପ୍ରଧାନ ପୁରୁଷ ବିଭାଗରେ ଚେସ୍ ଚାମ୍ପିଅନ୍ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ସ୍ନିଲ୍‌ର ହ୍ରିମାଦ୍ରୀ ସାଇକିଆ ବିଜୟ ହାସଲ କରିଥିଲେ । ସେହିପରି ସିଏସ୍‌ଇର ଅବିନାଶ ତ୍ରୀପାଠି ଏବଂ ସ୍ନିଲ୍‌ର ପାୟଲ ପାଣି ଯଥାକ୍ରମେ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍ ଚାମ୍ପିଅନ୍ ଟାଇଟଲ୍ ହାସଲ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଅମିତୋଜ ସିଂ ସଚଦେବ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଆଇଏମ୍‌ଏସ୍‌)ର ସଗୁନ୍ ବଶିଷ୍ଟ ଟେନିସ୍ ପୁରୁଷ ଓ ମହିଳା କ୍ୟାଟେଗୋରୀରେ ବିଜୟ ହାସଲ କରିଥିଲେ ।

ଥ୍ରୋ ବଲ୍‌ର ଫାଇନାଲ୍‌ରେ ସମ୍ ନର୍ସିଂ କଲେଜର ଛାତ୍ରୀମାନେ ବିଜୟ ହୋଇଛନ୍ତି । ସେହିପରି ପୁରୁଷ କବାଡିରେ ଆଇବିସିଏସ୍ ଚାମ୍ପିଅନ୍ ହୋଇଥିବା ବେଳେ ମହିଳା କ୍ୟାଟେଗୋରୀରେ ଆଇଟିଇଆର୍ ବିଜୟୀ ହୋଇଛି । ଖୋ ଖୋ ରେ ଆଇବିସିଏସ୍ ଛାତ୍ରମାନେ ଚାମ୍ପିଅନ୍ ହୋଇଥିବା ବେଳେ ବାସ୍କେଟବଲ୍‌ରେ ପୁରୁଷ କ୍ୟାଟେଗୋରୀରେ ଆଇଏମ୍‌ଏସ୍ ବିଜୟୀ ହୋଇଛି ଏବଂ ମହିଳା କ୍ୟାଟେଗୋରୀରେ ସ୍ନିଲ୍ ବିଜୟ ହାସଲ କରିଛି । ଭଳିବଲ୍‌ରେ ଆଇବିସିଏସ୍‌ର ଛାତ୍ରମାନେ ଜିତିଥିବା ବେଳେ ଏସ୍‌ପିଏସ୍ ଏବଂ ଆଇବିସିଏସ୍ ଯଥାକ୍ରମେ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସଫ୍ଟବଲ୍ ଟାଇଟଲ୍ ହାସଲ କରିଛନ୍ତି ।
ସୁନ୍ଦର ସ୍ୱାସ୍ଥ୍ର ପ୍ରତିଯୋଗିତାରେ ସାର୍ତିକ ସତ୍ୟକାମ ନାୟକ ପୁରସ୍କୃତ ହୋଇଛନ୍ତି ।

Leave A Reply

Your email address will not be published.