ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ନବ ଦାସ ହତ୍ୟା ମାମଲା; କ୍ରାଇମ ସ୍ପଟରେ ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ

0

ଝାରସୁଗୁଡା; ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧୀ ଛକରେ କ୍ରାଇମସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଡିଜିପି ତର୍ଜମା କରିଛନ୍ତି । ସେପଟେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତିଛି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ।

ସୂଚନାନୁସାରେ, ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଗାନ୍ଧୀ ଛକକୁ ଯାଇଛନ୍ତି । କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରୁଛି, ସେ ତାର ତଦାରଖ କରିବେ । ଏହା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବେ ।

ଝାରୁସୁଗୁଡାରେ ପହଞ୍ଚିବା ପରେ ଜଷ୍ଟିସ ଜେ.ପି ଦାସ କହିଛନ୍ତି କ୍ରାଇମ ରିକ୍ରିଏସନ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବ । ତଦନ୍ତ ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ । ଗତକାଲି ଅପରାହ୍ଣରେ ପୋଲିସ ଡିଜି ମଧ୍ୟ ଝାରସୁଗୁଡ଼ା ଯାଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା ମଧ୍ୟ ଡିଜିପିଙ୍କ ସହ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଆଜି ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ ଆଜି ରିମାଣ୍ଡର ଶେଷ ଦିନରେ ଡିଜି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତାଙ୍କୁ ଜେରା କରିବାର ଯୋଜନା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.