ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନବ ଦାସ ହତ୍ୟା ମାମଲା; କ୍ରାଇମ ସ୍ପଟରେ ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ

0

ଝାରସୁଗୁଡା; ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧୀ ଛକରେ କ୍ରାଇମସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଡିଜିପି ତର୍ଜମା କରିଛନ୍ତି । ସେପଟେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତିଛି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ।

ସୂଚନାନୁସାରେ, ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଗାନ୍ଧୀ ଛକକୁ ଯାଇଛନ୍ତି । କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରୁଛି, ସେ ତାର ତଦାରଖ କରିବେ । ଏହା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବେ ।

ଝାରୁସୁଗୁଡାରେ ପହଞ୍ଚିବା ପରେ ଜଷ୍ଟିସ ଜେ.ପି ଦାସ କହିଛନ୍ତି କ୍ରାଇମ ରିକ୍ରିଏସନ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବ । ତଦନ୍ତ ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯିବ । ଗତକାଲି ଅପରାହ୍ଣରେ ପୋଲିସ ଡିଜି ମଧ୍ୟ ଝାରସୁଗୁଡ଼ା ଯାଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା ମଧ୍ୟ ଡିଜିପିଙ୍କ ସହ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଆଜି ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ ଆଜି ରିମାଣ୍ଡର ଶେଷ ଦିନରେ ଡିଜି ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତାଙ୍କୁ ଜେରା କରିବାର ଯୋଜନା ଥିବା ସୂଚନା ମିଳିଛି ।

Leave A Reply

Your email address will not be published.