ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

କୋର୍ଟ ଭିତରେ ପଶିଲା ବାଘ; ଆକ୍ରମଣରେ ୭ ଆହତ

0

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ଏକ କଲରାପତରିଆ ହଠାତ୍ ପ୍ରବେଶ କରିଥିଲା। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି। ବାଘ ଆକ୍ରମଣରେ ପ୍ରାୟ ୭ଜଣ ଆହତ ହୋଇଥିବା ଜଣାପଡ଼ିଛି

ସୂଚନା ଅନୁଯାୟୀ, ହଠାତ୍ ଏକ କଲରାପତିରିଆ ବାଘ ଆସି କୋର୍ଟର ପ୍ରଥମ ମହଲାରେ ପହଞ୍ଚି ଯାଇଥିଲା। ଲୋକେ ବାଘକୁ ଦେଖି ଡରିଯାଇଥିଲେ। ଭୟରେ ଜୀବନ ବଞ୍ଚାଇବା ପାଇଁ ଲୋକେ ଧାଁ ଦଉଡ଼ କରିଥିଲେ। । ଲୋକେ ପାଟିତୁଣ୍ଡ କରିବା ସହ ବାଘ ଉପରକୁ ଫିଙ୍ଗାଫୋପଡ଼ା କରିଥିଲେ। ଏଣୁ ବାଘଟି ଅଧିକ ହିଂସ୍ର ହୋଇପଡ଼ିଥିଲା ଓ ଆକ୍ରମଣ କରିଥିଲା। ବାଘ ପ୍ରାୟ ୭ ଜଣଙ୍କୁ  ଆକ୍ରମଣ କରିଥିଲା। ୨-୩ ଜଣ ଓକିଲଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ବାଘ। ପ୍ରାୟ ୪ରୁ ୫ ଜଣ ଓକିଲ ବାଘ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଆମ୍ଭୁଲାନ୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଲୋକମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଏଥିସହ ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏଯାଏ ବାଘଟିକୁ କାବୁ କରାଯାଇ ପାରି ନାହିଁ। ଏବେ ବି ଅପରେସନ ଚାଲିଛି।

Leave A Reply

Your email address will not be published.