ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ

0
  • ଯାଜପୁର ଓଡିଶାର ଏକ ନମ୍ବର ଜିଲ୍ଲା ହେବ – ମୁଖ୍ୟମନ୍ତ୍ରୀ
  • ଯାଜପୁର ବିଭିନ୍ନ ଧର୍ମ, ଆଧ୍ୟାତ୍ମିକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ

ଯାଜପୁର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ।

ମା ବିରଜାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାଜପୁର ହେଉଛି ଶକ୍ତି ପୀଠ। ଏହାର ଗୌରବମୟ ଇତିହାସ ରହିଛି । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି କଳା, ସାହିତ୍ୟ, ସଂସ୍କୃତି, କୃଷି, ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ବତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ଆଜି ଯାଜପୁରର ନୂଆ ପରିଚୟ ହୋଇଛି। ମୋର ଦୃଢ ବିଶ୍ବାସ, ଯାଜପୁର ରାଜ୍ୟର ଏକ ନମ୍ବର ଜିଲ୍ଲା ହୋଇ ସମସ୍ତଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅନେକ ଧର୍ମ, ଆଧ୍ୟାତ୍ମକ ଓ ଦର୍ଶନ ତତ୍ତ୍ବର ସଂଗମ ସ୍ଥଳ ହେଉଛି ଯାଜପୁର। ଯାଜପୁରର ସଂସ୍କୃତିରେ ବିଭିନ୍ନ ତତ୍ତ୍ବର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଯାଜପୁର ଦିନେ ଓଡିଶାର ରାଜଧାନୀ ଥିଲା । ଧର୍ମ, ସାହିତ୍ୟ ଓ ସଂସ୍କୃତିର କେନ୍ଦ୍ର ଥିଲା। ହିନ୍ଦୁ ଧର୍ମ ପରି ବୌଦ୍ଧ ଧର୍ମର ମଧ୍ୟ ବିକାଶ ହୋଇଥିଲା । ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଏବେ ସାରା ବିଶ୍ବର ବୌଦ୍ଧ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ଜେନା, ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ପ୍ରମୁଖ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ନିଜର ଅଭିଭାଷଣ ରଖି କହିଥିଲେ ଯେ ଯାଜପୁର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଶୀର୍ବାଦ ଓ ଭଲପାଇବା ଅଛି । ଯାଜପୁର ଆଜି ବିକାଶ କ୍ଷେତ୍ରରେ ସୁନାମ କରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଯାଜପୁରରେ କଳିଙ୍ଗ ନଗର ଷ୍ଟିଲ କମ୍ପ୍ଲେକ୍‌ସ ଓ ମେଡିକାଲ କଲେଜ ହେବା ସହିତ ଯୋଗାଯୋଗ କ୍ଷେତ୍ରରେ ଯାଜପୁରର ଦ୍ରୁତ ବିକାଶ ହୋଇପାରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତି ସହ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଂଜନ ଘଡାଇ, ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ବିଧାୟକ ଶ୍ରୀ ଅଶୋକ ବଳ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ।

Leave A Reply

Your email address will not be published.