ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଡାଟା ଲିକ୍ ଅଭିଯୋଗରେ ବନ୍ଧା ହେଲେ ହାଲର ଦୁଇ କର୍ମଚାରୀ

0

କୋରାପୁଟ; ହାଲରେ ସିବିଆଇ ଚଢ଼ଉ କରିଛି। ଦୁଇ ଜଣ ହାଲ କର୍ମଚାରୀଙ୍କୁ ଉଠାଇ ନେଇଛି ସିବିଆଇ। ସେମାନଙ୍କ ଭିତରେ ଜଣେ ଅଫିସର ଅଛନ୍ତି। ହନିଟ୍ରାପ୍‌ ଅଭିଯୋଗରେ ଦୁଇ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ।

ଚଢ଼ଉ କରିଥିବା ଟିମ୍‌ ମହାରାଷ୍ଟ୍ରର ନାସିକରୁ ଆସିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇ ହାତରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ‘ହାଲ’ର ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି। ଦେବାଶିଷ କୁମାର ନାୟକଙ୍କ ଲାପଟୋପ ଓ ହାର୍ଡ ଡିସ୍କ ଜବତ କରିଛି ସିବିଆଇ। ସତ୍ୟଜିତ ଖାଡେଙ୍ଗା ଆସେମ୍ବଲି ବିଭାଗର ଅଧିକାରୀ। ‘ହାଲ’ରେ ଅଚାନକ ସିବିଆଇ ଚଢ଼ଉକୁ ନେଇ କୋକୁଆ ଭୟ ଦେଖା ଦେଇଛି। ହନିଟ୍ରାପରେ ଡାଟା ଲିକ୍ କରି ଏହି ୨ ଜଣ ଫସିଥିବା ଚର୍ଚ୍ଚା ହେଉଛି। ତେବେ ଘଟଣାର ତଦନ୍ତ ପରେ ଅଧିକ ତଥ୍ୟ ଆସିପାରେ।

Leave A Reply

Your email address will not be published.