ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ନୂଆଖାଇ ପର୍ବ ଉପଲକ୍ଷେ ଅଗଷ୍ଟ ୨୯ରେ ସରକାରୀ ଛୁଟି ଘୋଷଣା

0

ଭୁବନେଶ୍ବର: ନୂଆଁଖାଇ ପର୍ବ ଉପଲେକ୍ଷେ ୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୯ ତାରିଖରେ ସବୁ ସରକାରୀ କାର୍ଯ୍ୟାଳୟ ସହ ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ବିତୀୟ ଶନିବାରକୁ କାର୍ଯ୍ୟଦିବସ ଘୋଷଣା କରାଯାଇଛି।

କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ। ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ତେବେ ନୂଆଖାଇ ପରଦିନ ମଧ୍ୟ ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଦିନ ଆତ୍ମୀୟ ସ୍ୱଜନ ମାନେ ପରସ୍ପର ସହ ସାକ୍ଷାତ କରି ‘ନୂଆଖାଇ ଜୁହାର’ କରନ୍ତି ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି। ପାରିବାରିକ, ସାମାଜିକ ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ଦିନ ଅଟେ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଖାଇର ପରଦିନ ଅର୍ଥାତ ୨୯.୦୮.୨୦୨୫ (ଶୁକ୍ରବାର) ଦିନଟିକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ କୋର୍ଟ (କାର୍ଯ୍ୟନିର୍ବାହୀ)ପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ, ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି।

Leave A Reply

Your email address will not be published.