ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଡାଟା ଲିକ୍ ଅଭିଯୋଗରେ ବନ୍ଧା ହେଲେ ହାଲର ଦୁଇ କର୍ମଚାରୀ

0

କୋରାପୁଟ; ହାଲରେ ସିବିଆଇ ଚଢ଼ଉ କରିଛି। ଦୁଇ ଜଣ ହାଲ କର୍ମଚାରୀଙ୍କୁ ଉଠାଇ ନେଇଛି ସିବିଆଇ। ସେମାନଙ୍କ ଭିତରେ ଜଣେ ଅଫିସର ଅଛନ୍ତି। ହନିଟ୍ରାପ୍‌ ଅଭିଯୋଗରେ ଦୁଇ କର୍ମଚାରୀଙ୍କୁ ବାନ୍ଧିଛି ସିବିଆଇ।

ଚଢ଼ଉ କରିଥିବା ଟିମ୍‌ ମହାରାଷ୍ଟ୍ରର ନାସିକରୁ ଆସିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇ ହାତରେ ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ‘ହାଲ’ର ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି। ଦେବାଶିଷ କୁମାର ନାୟକଙ୍କ ଲାପଟୋପ ଓ ହାର୍ଡ ଡିସ୍କ ଜବତ କରିଛି ସିବିଆଇ। ସତ୍ୟଜିତ ଖାଡେଙ୍ଗା ଆସେମ୍ବଲି ବିଭାଗର ଅଧିକାରୀ। ‘ହାଲ’ରେ ଅଚାନକ ସିବିଆଇ ଚଢ଼ଉକୁ ନେଇ କୋକୁଆ ଭୟ ଦେଖା ଦେଇଛି। ହନିଟ୍ରାପରେ ଡାଟା ଲିକ୍ କରି ଏହି ୨ ଜଣ ଫସିଥିବା ଚର୍ଚ୍ଚା ହେଉଛି। ତେବେ ଘଟଣାର ତଦନ୍ତ ପରେ ଅଧିକ ତଥ୍ୟ ଆସିପାରେ।

Leave A Reply

Your email address will not be published.