ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ବିଶ୍ୱ ଭୂଷଣ ହରିଚନ୍ଦନ ହେଲେ ଛତିଶଗଡର ନବମ ରାଜ୍ୟପାଳ

0

ଛତିଶଗଡ; ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡର ନବମ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହରେ ବିଶ୍ୱ ଭୂଷଣ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ରାଜ ଭବନର ଦରବାର ହଲରେ ଶ୍ରୀ ହରିଚନ୍ଦନଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ହରିଚନ୍ଦନ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜ୍ୟ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ , ଛତିଶଗଡ ବିଜେପି ସଭାପତି ଅରୁଣ ସାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ, ରାଜ୍ୟସଭାରେ ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରୁ ୨୨ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କ ପରେ ହରିଚନ୍ଦନ ଏହି ମର୍ଯ୍ୟଦାଜନକ ପଦରେ ଅଭିଷିକ୍ତ ହୋଇଛନ୍ତି। ଅନୁସୂୟା ଓ୍ୱିକି ବଦଳି ହୋଇ ମଣିପୁର ରାଜ୍ୟପାଳ ଭାବେ ଗତକାଲି ଶପଥ ନେଇଛନ୍ତି।

ବିଶ୍ୱଭୂଷଣ ହରିଚନ୍ଦନ ୧୯୩୪ ଅଗଷ୍ଟ ୩ରେ  ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ରାଜନୀତିର ପରିଚିତ ଚେହେରା ବିଶ୍ୱଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.