ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବଜେଟ ୨୦୨୩-୨୪: କାହାକୁ ମିଳିଲା କେତେ ?

0

ଭୁବନେଶ୍ବର; ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  । ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ବ୍ୟୟ ଅଟକଳ ହୋଇଛି ୨୨ ହଜାର ୫୨୭ କୋଟି ଟଙ୍କା  ।  ମିଶନ ଶକ୍ତି ବିଭାଗ  ପାଇଁ ରହିଛି ୨ ହଜାର ୫୫୪ କୋଟି ଟଙ୍କା  ।

ଅନ୍ୟପଟେ  ମହିଳା ଶିଶୁ ବିକାଶ ବିଭାଗ ପାଇଁ ୩୬୭୦ କୋଟି ଟଙ୍କା ରହିଛି  । ଉଚ୍ଚଶିକ୍ଷା ବିଭାଗ ପାଇଁ ୩୧୭୩ କୋଟି ବଜେଟରେ ବ୍ୟବ ବରାଦ କରାଯାଇଥିବାବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ପାଇଁ ବଜେଟରେ ରହିଛି ୧୭୬୯ କୋଟି ଟଙ୍କା  । ଯୋଜନା ଓ ସଂଯୋଜନା ବିଭାଗକୁ ୧୩ ହଜାର ୧୦୪ କୋଟି  । ପର୍ଯ୍ୟଟନ ବିଭାଗକୁ ମିଳିଛି ୬୬୦ କୋଟି  । ହସ୍ତତନ୍ତ ହସ୍ତଶିଳ୍ପ ୨୧୯ କୋଟି  । ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗକୁ ମିଳିଛି ୨ ହଜାର ୧୮୪ କୋଟି  । ନଗର ଉନ୍ନୟନ ଦବିଭାଗକୁ ମିଳିଛି ୭ ହଜାର ୯୧୪ କୋଟି ଟଙ୍କା  । ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରୟୁକ୍ତି ବିଦ୍ୟା ବିଭାଗ ପାଇଁ ବ୍ୟବ ବରାଦ ୩୫୬ କୋଟି ଟଙ୍କା  । ଅଣୁ-କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ।

ସେହିପରି ଖାଦ୍ୟ ଯୋଗାଣ ବିଭାଗ ପାଇଁ ବଜେଟରେ ରହିଛି ୧୨୨୯ କୋଟି ଟଙ୍କା  ।  ପଞ୍ଚାୟତିରାଜ ବିଭାଗ ପାଇଁ ୨୫ ହଜାର ୩୧୮ କୋଟି ବଜେଟରେ ବ୍ୟୟ ବରାଦ କରାଯାଇଛି  । ଜଳ ସମ୍ପଦ ବିଭାଗ ପାଇଁ ୧୦ ହଜାର ୭୭୫ କୋଟି ଟଙ୍କା ରହିଥିବାବେଳେ ଶକ୍ତି ବିଭାଗ ପାଇଁ ୩୦୦୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି  ।

ତେବେ ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯେଉଁଥିରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ତେବେ ଗତ ଆର୍ଥିକ ବର୍ଷର ବ୍ୟୟବରାଦ ତୁଳନାରେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଫୋକସରେ ରଖିଛନ୍ତି ରାଜ୍ୟ ସରକାର । ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି । ଖାଲି ସେତିକି ନୁହେଁ, ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଥିବା ବଜେଟ୍ ପ୍ରାୟ ୩ ଗୁଣ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ତେବେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।ଆଗକୁ ପଢନ୍ତୁ

ଅନ୍ୟପଟେ ଏଥର ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କିପରି ଲୋକମାନଙ୍କ ପାଇଁ ବରଦାନ ସାଜିଛି ସେ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ । ତେବେ ରାଜ୍ୟ ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ଏସସିବିର ପୁନଃବିକାଶ ପାଇଁ ୧ ହଜାର ୪ ଶହ କୋଟି ଟଙ୍କା ରହିଛି । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଚଳିତ ବଜେଟରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

ଚଳିତ ରାଜ୍ୟ ବଜେଟରେ ଜନସାଧାରଣଙ୍କୁ କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ଯ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ବଜେଟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ପିଏମ୍-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ମିଶନ ପାଇଁ ୩ ଶହ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ ।

ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ସହରାଞ୍ଚଳରେ ଏବେ ଏହି ରାଶିର ପରିମାଣ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ବଜେଟରେ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ଏହି ବଜେଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନେଇ ମଧ୍ୟ ଘୋଷଣା କରିଛନ୍ତି ସରକାର ।

-ମୋଟ ୩୪ ହଜାର ୫ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର, ୧୭ ହଜାର ୧ ଶହ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ପୁରସ୍କାର ଓ ଦଶମ ବୋର୍ଡ ରେଜଲ୍ଟ ଏବଂ ଆର୍ଥିକ ମାନଦଣ୍ଡ ଆଧାରରେ ମୋଟ ୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ।

-ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ୭ ଶହ ଶିକ୍ଷକ, ୪ ଶହ ୧୯ ଜଣ ପ୍ରଧାନ ଶିକ୍ଷକ, ୫୮ ଜଣ ସିଆରସିସି, ୧୦ ଜଣ ମଣ୍ଡଳ ଶିକ୍ଷା ଅଧିକାରୀ ଓ ୩ ଜଣ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯିବ

-ପ୍ରାଥମିକ ବିଦ୍ୟାଳୟ ବର୍ଗରେ ୩ ଶହ ୫୦ ଜଣ ପ୍ରଧାନ ଶିକ୍ଷକଙ୍କ ସହ ୩ ଶହ ୧୯ ଜଣ ଶିକ୍ଷକ ସମ୍ବର୍ଦ୍ଦିତ ହେବେ ।

-ପ୍ରାଥମିକ ଶିକ୍ଷା ସ୍ତରରେ ସଂସ୍ଥାଗତ ବର୍ଗରେ ୧୩ ଶହ ୭ଟି ବିଦ୍ୟାଳୟ ଓ ୩ଟି ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ ।

-ମାଧ୍ୟମିକ ସ୍ତରରେ ୩ଟି ଜିଲ୍ଲା, ୧୦ଟି ବ୍ଲକ, ୧ ହଜାର ୫୭ଟି ବିଦ୍ୟାଳୟ, ୪ ଶହ ୧୪ଟି ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ୪ଶହ ୧୯ଟି ଶ୍ରେଷ୍ଠ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ କମିଟିକୁ ପୁରସ୍କୃତ କରାଯିବ ।

ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ  ରହିଛି ଉଚ୍ଚଶିକ୍ଷା  । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି  । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି  । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସିଇଟି ଏବେ OUTR ହୋଇଛି  । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ  ।  ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି  ।

Leave A Reply

Your email address will not be published.