ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଶ୍ୱ ଭୂଷଣ ହରିଚନ୍ଦନ ହେଲେ ଛତିଶଗଡର ନବମ ରାଜ୍ୟପାଳ

0

ଛତିଶଗଡ; ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଛତିଶଗଡର ନବମ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ରାୟପୁରର ରାଜଭବନରେ ଏକ ଭବ୍ୟ ସମାରୋହରେ ବିଶ୍ୱ ଭୂଷଣ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ ହାଇକୋର୍ଟର ପ୍ରଧାନ ବିଚାରପତି ଅରୁପ କୁମାର ଗୋସ୍ୱାମୀ ରାଜ ଭବନର ଦରବାର ହଲରେ ଶ୍ରୀ ହରିଚନ୍ଦନଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ହରିଚନ୍ଦନ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜ୍ୟ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ , ଛତିଶଗଡ ବିଜେପି ସଭାପତି ଅରୁଣ ସାଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂ, ରାଜ୍ୟସଭାରେ ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ହରିଚନ୍ଦନ ୨୪ ଜୁଲାଇ ୨୦୧୯ରୁ ୨୨ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ଓ୍ୱିକିଙ୍କ ପରେ ହରିଚନ୍ଦନ ଏହି ମର୍ଯ୍ୟଦାଜନକ ପଦରେ ଅଭିଷିକ୍ତ ହୋଇଛନ୍ତି। ଅନୁସୂୟା ଓ୍ୱିକି ବଦଳି ହୋଇ ମଣିପୁର ରାଜ୍ୟପାଳ ଭାବେ ଗତକାଲି ଶପଥ ନେଇଛନ୍ତି।

ବିଶ୍ୱଭୂଷଣ ହରିଚନ୍ଦନ ୧୯୩୪ ଅଗଷ୍ଟ ୩ରେ  ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶା ରାଜନୀତିର ପରିଚିତ ଚେହେରା ବିଶ୍ୱଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.