ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ପ୍ରିୟଙ୍କାଙ୍କ ହାତ ଧରିଲେ କ୍ୟାପଟେନ ଦିବ୍ୟଶଙ୍କର

0

ପିପିଲି; ଆଜି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦ୍ବିତୀୟ ବିବାହ କରିଛନ୍ତି। ପ୍ରିୟଙ୍କା ଅଗସ୍ତୀଙ୍କର ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ ଜିଲ୍ଲା  ପିପିଲିର ଆଭେଞ୍ଚର କନଭେନସନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ସରିଥିଲା ସନ୍ଧ୍ୟାରେ ବାହାଘର ଅନୁଷ୍ଠିତ ହୋଇଯାଇଛି। ବିବାହ ଉତ୍ସବରେ  କେବଳ ସମ୍ପର୍କୀୟ ଓ ଅତି ପାଖ ଲୋକ ସାମିଲ ହୋଇଥିଲେ। ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ବିବାହ ଉତ୍ସବକୁ ଛଡ଼ାଯିବାକୁ ଅନୁମତି ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ଥିବା ଜଣାଯାଇଛି। ଏଣେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ଆଗରୁ ସେ ମାନସ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କର ପରେ ଛାଡ଼ପତ୍ର ହୋଇଥିଲା।

Leave A Reply

Your email address will not be published.