ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଆତଙ୍କବାଦୀଙ୍କ ଗୁଳିରେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ

0

ଜମ୍ମୁ-କଶ୍ମୀର; ପୁଲୱାମା ଠାରେ ଆତଙ୍କବାଦୀଙ୍କ ଗୁଳିରେ ପୁଣିଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ସଂଜୟ ଶର୍ମା ନାମକ ଏହି କାଶ୍ମୀର ପଣ୍ଡିତ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକାମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନେଇ ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି । ଏହାସହ ଏହି ଘଟଣାରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କ ବାବଦରେ ସୂଚନା ଠୁଳ କରାଯାଉଥିବା କଥା ପୋଲିସ କହିଛି ।

ସୂଚନାଯୋଗ୍ୟ; ସଞ୍ଜୟ ପୁଲୱାମାର ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆଜି ତାଙ୍କ ଉପରେକୁ ଗୁଳିମାଡ କରିଥିଲେ। ଏହାପରେ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।  

ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆାନ ଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ପୂରା କଶ୍ମୀର ଅଶାନ୍ତ ହୋଇପଡିଥିଲା। ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆ ଠାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ । ଏହାକୁ ପୁରା କାଶ୍ମୀର ଅଶାନ୍ତ ହୋଇପଡିଥିଲା ।

କେବଳ ସେତିକି ନୁହେଁ ଗତବର୍ଷ କାଶ୍ମୀରର ବାନ୍ଦିପରା ଜିଲ୍ଲାରେ ଜଣେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ଏହାସହ ଅଗଷ୍ଟ ୪ ତାରିଖରେ ପୁଲୱାମାର ଗଦୁରା ଠାରେ ମଧ୍ୟ ଜଣେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ବିଭିନ୍ନ ରାଜ୍ୟରୁ ଯାଇ ଜମ୍ମୁ-କାଶ୍ମୀରରେ ପ୍ରବାସୀ ଶ୍ରମିକଭାବେ କାମ କରୁଥିବା ଲୋକମାନେ ଧିରେ ଧିରେ ଜାମ୍ମୁ-କାଶ୍ମୀର ଛାଡି ନିଜ ନିଜ ରାଜ୍ୟକୁ ଫେରି ଆସିଥିଲେ ।

Leave A Reply

Your email address will not be published.