ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଆତଙ୍କବାଦୀଙ୍କ ଗୁଳିରେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ

0

ଜମ୍ମୁ-କଶ୍ମୀର; ପୁଲୱାମା ଠାରେ ଆତଙ୍କବାଦୀଙ୍କ ଗୁଳିରେ ପୁଣିଜଣେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ହୋଇଛି । ସଂଜୟ ଶର୍ମା ନାମକ ଏହି କାଶ୍ମୀର ପଣ୍ଡିତ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକାମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏନେଇ ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି । ଏହାସହ ଏହି ଘଟଣାରେ ସଂପୃକ୍ତ ଥିବା ଆତଙ୍କବାଦୀଙ୍କ ବାବଦରେ ସୂଚନା ଠୁଳ କରାଯାଉଥିବା କଥା ପୋଲିସ କହିଛି ।

ସୂଚନାଯୋଗ୍ୟ; ସଞ୍ଜୟ ପୁଲୱାମାର ଏକ ଘରୋଇ ବ୍ୟାଙ୍କରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ସକାଳେ ସ୍ଥାନୀୟ ବଜାରକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଆଜି ତାଙ୍କ ଉପରେକୁ ଗୁଳିମାଡ କରିଥିଲେ। ଏହାପରେ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।  

ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆାନ ଠାରେ ଜଣେ କଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ପୂରା କଶ୍ମୀର ଅଶାନ୍ତ ହୋଇପଡିଥିଲା। ଗତବର୍ଷ ଅଗଷ୍ଟ ମାସରେ ଆତଙ୍କବାଦୀମାନେ ସୋପିଆ ଠାରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ସମାନ ଢଙ୍ଗରେ ଗୁଳିକରି ହତ୍ୟା କରିଥିଲେ । ଏହାକୁ ପୁରା କାଶ୍ମୀର ଅଶାନ୍ତ ହୋଇପଡିଥିଲା ।

କେବଳ ସେତିକି ନୁହେଁ ଗତବର୍ଷ କାଶ୍ମୀରର ବାନ୍ଦିପରା ଜିଲ୍ଲାରେ ଜଣେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ଏହାସହ ଅଗଷ୍ଟ ୪ ତାରିଖରେ ପୁଲୱାମାର ଗଦୁରା ଠାରେ ମଧ୍ୟ ଜଣେ ବିହାରୀ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ବିଭିନ୍ନ ରାଜ୍ୟରୁ ଯାଇ ଜମ୍ମୁ-କାଶ୍ମୀରରେ ପ୍ରବାସୀ ଶ୍ରମିକଭାବେ କାମ କରୁଥିବା ଲୋକମାନେ ଧିରେ ଧିରେ ଜାମ୍ମୁ-କାଶ୍ମୀର ଛାଡି ନିଜ ନିଜ ରାଜ୍ୟକୁ ଫେରି ଆସିଥିଲେ ।

Leave A Reply

Your email address will not be published.