ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହଟକେଶ୍ୱର ମହାଦେବ ମନ୍ଦିରରୁ ଚୋରୀ

0

ଖୋର୍ଦ୍ଧା; ପ୍ରସିଦ୍ଧ ଶୈବପୀଠ ବାଘମାରି ସ୍ଥିତ ହଟକେଶ୍ୱର ମହାଦେବଙ୍କ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ବାବା ହଟ୍ଟକେଶ୍ଵର ଦେବଙ୍କ ପ୍ରାୟ ୭୦୦୦୦ ଟଙ୍କା ମୂଲ୍ୟର ରୁପାର ନାଗ, ବଡ ପିତ୍ତଳ ନାଗ, ଦୁଇଟି ହୁଣ୍ଡିବାକ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୁପାର କିରିଟ ଓ ମା’ ପାର୍ବତୀଙ୍କ ରୁପାର ଖଡୁ ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ବେଳେ ତିନି ଜଣ ଚୋର ମନ୍ଦିର ଭିତରେ ପଶିଥିବା ସିସିଟିଭିରେ କଏଦ ଦୃଶ୍ୟରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ବାଘମାରୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି, ସିସିଟିଭି ଫୁଟେଜ ବି ହସ୍ତଗତ ହୋଇଛି । ପ୍ରଭୁ ହଟ୍ଟକେଶ୍ଵର ମନ୍ଦିରରୁ ଚୋରି ଘଟଣା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି ।

ମନ୍ଦିର ପରିସରରେ ଗତକାଲି ୪ ଜଣ ପାଳିଆ ସେବାୟତ ରହିଥିବା ବେଳେ ଏହି ଲୁଟ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୋରରେ ପାଳିଆ ସେବାୟତ କାଙ୍ଗାଳୀ ରଣା ଠାକୁରଙ୍କ ସେବା ପାଇଁ ପହଡ଼ ଖୋଲିବା ବେଳେ ଲୁଟ ସମ୍ପର୍କରେ ଜଣାପଡ଼ିଥିଲା । ମନ୍ଦିର ଟ୍ରଷ୍ଟି ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କୌଣସି ମୂର୍ତ୍ତି ଚୋରି ରାକେଟର ଏହି ଘଟଣାରେ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ ହେଉଛି।

Leave A Reply

Your email address will not be published.