ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’

0

ନୂଆଦିଲ୍ଲୀ; ସେନାର ଶକ୍ତି ବଢ଼ାଇବ ‘ଜେଟପ୍ୟାକ’। ଆହୁରି ଶକ୍ତିଶାଳୀ ହୋଇପାରିବ ଭାରତୀୟ ସେନା। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ ।

ସୂଚନାନୁସାରେ, ବ୍ରିଟେନ ପ୍ରତିରକ୍ଷା ବାହିନୀ ଠାରୁ ଜେଟ୍ ପ୍ୟାକ୍ କିଣିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୦ ଟି ଜେଟ୍ ପ୍ୟାକ୍ କିଣାଯାଇଛି। ଏହାକୁ ପିନ୍ଧି ଟ୍ରାଏଲ କରିଛନ୍ତି ଭାରତୀୟ ଯବାନ । ବୈଷୟିକ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧି ଆକାଶରେ ଉଡିବୁଲିଛନ୍ତି ଭାରତୀୟ ଯବାନ । ନିକଟରେ ଆଗ୍ରାରେ ଏହାର ଟ୍ରାଏଲ ରନ କରାଯାଇଛି । ଆଗ୍ରାର ଏରୋବର୍ଣ୍ଣ ଟ୍ରେନିଂ ସ୍କୁଲରେ ଏହି ଜ୍ୟାକେଟ ପିିନ୍ଧି କଳାକୌଶଳ ପ୍ରଦର୍ଶନ କରିଛନ୍ତି ଯବାନ।

ଏଥିସହ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜେଟ୍ପ୍ୟାକ୍ ପିନ୍ଧି ୧୦ରୁ ୧୫ ମିଟର ଉଚ୍ଚ ଆକାଶରେ ଉଡିପାରିବେ ଯବାନ। ଏହାଦ୍ବାରା ପାହାଡ, ଜଙ୍ଗଲ ଓ ସୀମାରେ ସର୍ଭିଲାନ୍ସ କରିହେବା ସହ ଅପହଞ୍ଚ ଅଞ୍ଚଳରେ ପହଁଞ୍ଚିବାରେ ଦୁବିଧା ହେବ। ଏହାଛଡା ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଏହାର ବ୍ୟବହାର କରାଯାଇପାରିବ।

Leave A Reply

Your email address will not be published.