ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ଗ୍ୟାସ ଲିକ ଯୋଗୁଁ ନିଆଁ ଲାଗି ୪ ଗୁରୁତର

0

ରାଉରକେଲା: ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯିବା ଯୋଗୁ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ରାଉରକେଲା ସହରର ରେଲୱେ କଲୋନୀର ଛୋଟା ପାର୍କ ନିକଟରେ।

ସୂଚନାନୁସାରେ; ଆଜି ପ୍ରାୟ ଦିନ ସାଢେ଼ ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍‌ରୁ ଟାଙ୍କି ଓହ୍ଲାଇବା ସମୟରେ ଗ୍ୟାସ ଲିକ୍ ହୋଇଥଲା । ସେତେବେଳେ ସେହି ନିକଟରେ ଏକ ଚୁଲିରେ ନିଆଁ ଜଳୁଥିଲା। ଗ୍ୟାସ୍ ଲିକ୍‌ ହେବା ପରେ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା ଓ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଉକ୍ତ ନିଆଁକୁ ଲିଭାଇବାକୁ ଯାଇ ୪ ଜଣ ପୋଡ଼ି ହୋଇଛନ୍ତି। ସେମାନଙ୍କ ଶରୀରର ପ୍ରାୟ ୩୦% ପୋଡ଼ି ଯାଇଛି। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.