ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ପୁଣି ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ

0

ତ୍ରିପୁରା; ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ସମ୍ଭାଳିବେ। ଆଜି (ସୋମବାର) ସନ୍ଧ୍ୟାରେ ରାଜ୍ୟରେ ଶାସକ ବିଜେପିର ନବ ନିର୍ବାଚିତ ସଦସ୍ୟଙ୍କ ବୈଠକରେ ତାଙ୍କ ନାମ ଦ୍ଵିତୀୟ ଥର ପାଇଁ ମନୋନୀତ ହୋଇଥିଲା। ଶ୍ରୀ ଶାହାଙ୍କ ଦଳ ବିଜେପି ଏବଂ ଏହାର ସହଯୋଗୀ ଆଇପିଏଫଟି ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ଜିତି କ୍ଷମତାକୁ ଫେରିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି। ୭୦ ବର୍ଷୀୟ ମାଣିକ ଶାହା ପୂର୍ବରୁ କହିଥିଲେ ଯେ ତ୍ରିପୁରାର ନୂଆ ସରକାର ‘ଏକ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ନିର୍ମାଣ ପାଇଁ କାମ କରିବେ।

Leave A Reply

Your email address will not be published.