ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁଣି ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ

0

ତ୍ରିପୁରା; ମାଣିକ ଶାହା ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ସମ୍ଭାଳିବେ। ଆଜି (ସୋମବାର) ସନ୍ଧ୍ୟାରେ ରାଜ୍ୟରେ ଶାସକ ବିଜେପିର ନବ ନିର୍ବାଚିତ ସଦସ୍ୟଙ୍କ ବୈଠକରେ ତାଙ୍କ ନାମ ଦ୍ଵିତୀୟ ଥର ପାଇଁ ମନୋନୀତ ହୋଇଥିଲା। ଶ୍ରୀ ଶାହାଙ୍କ ଦଳ ବିଜେପି ଏବଂ ଏହାର ସହଯୋଗୀ ଆଇପିଏଫଟି ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ଜିତି କ୍ଷମତାକୁ ଫେରିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର ସମ୍ଭାବନା ରହିଛି। ୭୦ ବର୍ଷୀୟ ମାଣିକ ଶାହା ପୂର୍ବରୁ କହିଥିଲେ ଯେ ତ୍ରିପୁରାର ନୂଆ ସରକାର ‘ଏକ ତ୍ରିପୁରା, ଶ୍ରେଷ୍ଠ ତ୍ରିପୁରା’ ନିର୍ମାଣ ପାଇଁ କାମ କରିବେ।

Leave A Reply

Your email address will not be published.