ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ମୃତ୍ୟୁ, ୧୦୦ରୁ ଅଧିକ ଆହତ

0

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲାବେଳେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନାନୁସାରେ; ବାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଥିବା ଗୋଟିଏ ବହୁତଳ ବିଶିଷ୍ଟ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଅପରାହ୍ନ ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବାଂଲାଦେଶର ଜନଗହଳିପୂର୍ଣ୍ଣ ସ୍ଥାନ କୁହାଯାଉଥିବା ସିଦ୍ଦିକି ବଜାରରେ ରହିଛି ଏହି ବିଲ୍ଡିଂ । ଏହି ବିଲ୍ଡିଂରେ ବହୁତ ଅଫିସ ରହିଛି । ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ପହଞ୍ଚିଛନ୍ତି । ଏହି ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ, ପାଖରେ ଠିଆ ହୋଇଥିବା ଏକ ବସ୍ ବି ସମ୍ପୂର୍ଣ୍ଣ ପୋଡି ଯାଇଛି ।

ଏହି ସ୍ଥାନରେ ପ୍ରବଳ ଭିଡ଼ ଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବଳିମ୍ବ ହେଉଛି। ତଥାପି ଉଦ୍ଧରକାରୀ ଦଳ ଲୋକଙ୍କୁ ଧ୍ୱଂସ ପାଇଥିବା କୋଠା ଓ ଦୋକାନ ଭିତରୁ ବାହାର କରି ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

Leave A Reply

Your email address will not be published.