ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ନିଶା ଖାଇ ମଉଜ କରୁଥିଲେ ସାବଧାନ

0

ଭୁବନେଶ୍ବର; କାଲି ରଙ୍ଗର ଖେଳ ହେବ ଆଉ ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷାକୁ ବଢାଇଦିଆଯାଇଛି । ଭୁବନେଶ୍ୱର ସହର ଉପରେ ନଜର ରଖିବ ୬୦ଟି ସ୍ପେଶାଲ ସ୍କ୍ୱାର୍ଡ । ୩୧ଟି ସ୍ଥାନରେ ପୋଲିସ ପିକେଟିଂ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହେବେ ।

ସେହିପରି, ହୋଲି ପାଇଁ ନଦୀ ପଠା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୃତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ମୁତୟନ ରହିବେ । ଯେଉଁମାନେ ଦୁର୍ଘଟଣାର ଶିକାର ହୋଇ ମେଡିକାଲକୁ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି ଫୋର୍ସ ସହଯୋଗ କରିବେ । ରାତିରେ ବେଆଇନ୍ ପାଟି ଓ ରେଭ୍ ପାଟି ଉପରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.