ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା । ସହକାରୀ ସମବାୟ ନିବନ୍ଧକ କ୍ୟାଡର ପୁନର୍ଗଠନ ସହ ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ ମଂଜୁରୀ ଦେଇଥିବା ଜଣାପଡ଼ିଛି ।

ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେବେ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗୋଶାଳାର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ। ନୟାଗଡ଼ରେ ବଲାଙ୍ଗୀ ପାର୍କ ନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଥିବା ସୂଚନା ମିଳିଛି । ଏହଛେଡା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପର୍କିତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଥିବା ସୂଚନା । ଆପାର୍ଟମେଣ୍ଟ ଓନରସିପ୍ ବିଲ ସମ୍ପର୍କିତ ଗୃହ ଓ ନଗର ଉନ୍ନୟନର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଥିବା ଜଣାପଡ଼ିଛି ।

Leave A Reply

Your email address will not be published.