ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲୋକାର୍ପିତ ହେଲା ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ଯାନ

0

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ’ ଏବଂ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ସମ୍ପନ୍ନ ୫ଟି ‘ରକ୍ତ ସଂଗ୍ରହ ଯାନ’ ଲୋକାର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ସେବା ଯୋଗାଇବାରେ ଅଧିକ ‌ଲାଭଦାୟକ ହୋଇପାରିବ। ୫ଟି ରକ୍ତ ସଂଗ୍ରହ ଯାନ ମଧ୍ୟରୁ କେନ୍ଦୁଝର ପାଇଁ ଦୁଇଟି, ଅନୁଗୁଳ, ଝାରସୁଗୁଡ଼ା ଓ କନ୍ଧମାଳ ପାଇଁ ଗୋଟିଏ ସାମିଲ ରହିଛି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୫୬ଟି ରକ୍ତଭଣ୍ଡାର ଓ ୧୪ଟି ମୋବାଇଲ ରକ୍ତ ସଂଗ୍ରହ ଯାନ ରହିଛି। ଆଗାମୀ ଦିନରେ ଆହୁରି ଅଧିକ ରକ୍ତ ସଂଗ୍ରହ ଯାନ ସାମିଲ ହେବ ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି।

Leave A Reply

Your email address will not be published.