ପ୍ରମୁଖ ଖବର

ଜୟପୁରଠାରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ ହେବ ବୋଲି ଘୋଷଣା
ଭାରତରେ ୨ ଜଣ ଏଚ୍‌ଏମ୍‌ପିଭି ସଂକ୍ରମିତ ଚିହ୍ନଟ
ଆଇଇଡି ଲଗାଇ ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ
ସାତକୋଶିଆରେ ଆଜି ଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା
ଓଡିଶାରେ ୪୪୭୯୩ କୋଟି ଟଙ୍କାର ୫ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଟଙ୍କାର ଗଞ୍ଜେଇ ଜବତ
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଜଷ୍ଟିନ ଟ୍ରୁଡୁ
ଦରଦାମ ବୃଦ୍ଧି ପ୍ରତିବାଦରେ ସରକାରଙ୍କ ଉପରେ ବର୍ଷିଲେ ନବୀନ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କଲେ ମୋଦୀ
ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର: ଜେଲ୍‌ରେ ଥାଇ କରିବେ ଅନଶନ

ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ରାଉରକେଲା: ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୧୦ ହଜାରରୁ ଅଧିକ ଦର୍ଶକ କ୍ଷମତା ବିଶିଷ୍ଟ ଫୁଟବଲ ଷ୍ଟାଡିୟମ, ଆଥଲେଟିକ ଟ୍ରାକ ଓ ସୁଇମିଂ ପୁଲ କମ୍ପ୍ଲେକ୍ସ ଓ ୧୮୦ଟି କାର ପାର୍କିଂ ବିଶିଷ୍ଟ ମଲଟି ଲେବୁଲ କାର ପାର୍କିଂର ଲୋକାର୍ପଣ କରିଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି।

ସୂଚନା ଅନୁସା‌ରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ବାହାରି ରାଉରକେଲାରେ ଅପରାହ୍ନ ୪ଟା ୫୦ ମିନିଟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସିଧାସଳଖ ବିର୍ସା ଛକରେ ପ୍ରାୟ ୧୪୨ କୋଟିରେ ନିର୍ମିତ ଅତ୍ୟାଧୁନିକ ଆଥ୍‌ଲେଟିକ୍‌ ଷ୍ଟାଡିୟମକୁ ଲୋକାର୍ପଣ କରିଛନ୍ତି। ଷ୍ଟାଡିୟମରେ ପ୍ରାୟ ୧୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ପରେ ସନ୍ଧ୍ୟା ୬ଟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ ନିକଟରେ ନିର୍ମିତ ବିଶ୍ବକପ୍‌ ଗ୍ରାମକୁ ଫେରିଆସି ସେଠାରେ କିଛି ସମୟ ବିତାଇଥିଲେ। ଏହାପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପହଞ୍ଚି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଭାରତ-ଜର୍ମାନି ଉଦ୍‌ଘାଟନୀ ମୁକାବିଲାର ଶୁଭାରମ୍ଭ କରିଛନ୍ତି।

ନିକଟ ଅତୀତରେ ଏହି ଷ୍ଟାଡିୟମ ବିଶ୍ବର ସର୍ବବୃହତ୍‌ ସିଟ୍‌ ବିଶିଷ୍ଟ ହକି ଷ୍ଟାଡିୟମ ଭାବେ ‘ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ‌୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା। ଏହାର ପ୍ରମାଣପତ୍ରକୁ ହକି ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ହସ୍ତାନ୍ତର କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ବିଶ୍ବକପ୍‌ ଗ୍ରାମରେ ରାତ୍ରିଯାପନ କରିବେ। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ସାଧାରଣସମ୍ପାଦକ ଭୋଳାନାଥ ସିଂହ, କ୍ରୀଡ଼ା ସଚିବ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.