ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପ୍ରଶ୍ନପତ୍ର ଭାଇରାଲ ପରେ ବଦଳିଲା ନିୟମ

0

କଟକ; ପ୍ରଶ୍ନପତ୍ର ଭାଇରାଲ ପରେ ବଦଳିଲା ନିୟମ। ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ପ୍ରତିକାରମୂଳକ ପଦକ୍ଷେପ। ମାଟ୍ରିକ ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟ ବଦଳିଛି। ନିୟମ ମୁକାବକ ନୋଡାଲ ସେଣ୍ଟରରୁ ସାଢ଼େ ୬ଟା ପୂର୍ବରୁ ନିଆଯାଇ ପାରିବନି ପ୍ୟାକେଟ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ୬ଟା ୪୫ରୁ ସାଢ଼େ ୭ରେ ପହଞ୍ଚିବ। ୬ଟା ୪୫ ପୂର୍ବରୁ ପ୍ୟାକେଟ ନପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ। ଯଦି କେହି ଏହାର ଖିଲାପ କରନ୍ତି ତେବେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୋର୍ଡ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଛି।

Leave A Reply

Your email address will not be published.