ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଏଚ୍୩ଏନ୨ ଭାଇରସକୁ ନେଇ ବଢ଼ିଲା ଚିନ୍ତା

0

ନୂଆଦିଲ୍ଲୀ; କରୋନା ପରେ ଏବେ ଏଚ୍୩ଏନ୨ ଭାଇରସକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ଯାଏଁ ରାଜ୍ୟରେ ପାଖାପାଖି ୩୫୨ଟି ମାମଲା ସାମ୍ନାକୁ ଆସିଛି। ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି ।

ସୂଚନାନୁସାରେ; ପଡୁଚେରୀରେ ଭୂତାଣୁ ଆତଙ୍କରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି । ଆସନ୍ତା ୧୬ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଅହମ୍ମଦାବାଦରେ ମେଡିକାଲ ପାଠ ପଢୁଥିବା ଜଣେ ଛାତ୍ର ତାଙ୍କ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ । ଫେରିବା ପରେ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କର ଟେଷ୍ଟ୍ କରିବାରୁ ଜଣାପଡିଥିଲା ସେ କୋଭିଡ୍-୧୯ ଏବଂ ଏଚ୍୩ଏନ୨ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ଅବସ୍ଥାରେ ଗତ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ନୂଆ ଭୂତାଣୁ ଏଚ୍୩ଏନ୨କୁ ନେଇ ଚିନ୍ତା ବଢିଯାଇଛି ।

Leave A Reply

Your email address will not be published.