ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଏଚ୍୩ଏନ୨ ଭାଇରସକୁ ନେଇ ବଢ଼ିଲା ଚିନ୍ତା

0

ନୂଆଦିଲ୍ଲୀ; କରୋନା ପରେ ଏବେ ଏଚ୍୩ଏନ୨ ଭାଇରସକୁ ନେଇ ଏବେ ଚିନ୍ତା ବଢିବାରେ ଲାଗିଛି । ସାରା ଦେଶରେ ଏହି ଭୂତାଣୁକୁ ନେଇ ଚିନ୍ତା ବଢୁଥିବା ବେଳେ ମହାରାଷ୍ଟ୍ରରୁ ସର୍ବଧିକ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଏବେ ଯାଏଁ ରାଜ୍ୟରେ ପାଖାପାଖି ୩୫୨ଟି ମାମଲା ସାମ୍ନାକୁ ଆସିଛି। ଏହି ନୂଆ ଭାଇରସ୍ କାରଣରୁ ଏବେଯାଏଁ ୯ଜଣଙ୍କ ଜୀବନ ଚାଲିଗଲାଣି ।

ସୂଚନାନୁସାରେ; ପଡୁଚେରୀରେ ଭୂତାଣୁ ଆତଙ୍କରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଦିଆଯାଇଛି । ଆସନ୍ତା ୧୬ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରର ଅହମ୍ମଦାବାଦରେ ମେଡିକାଲ ପାଠ ପଢୁଥିବା ଜଣେ ଛାତ୍ର ତାଙ୍କ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିଲେ । ଫେରିବା ପରେ ସେ ଅଚାନକ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କର ଟେଷ୍ଟ୍ କରିବାରୁ ଜଣାପଡିଥିଲା ସେ କୋଭିଡ୍-୧୯ ଏବଂ ଏଚ୍୩ଏନ୨ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ଅବସ୍ଥାରେ ଗତ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ନୂଆ ଭୂତାଣୁ ଏଚ୍୩ଏନ୨କୁ ନେଇ ଚିନ୍ତା ବଢିଯାଇଛି ।

Leave A Reply

Your email address will not be published.