ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଖାଲି ଦିଶୁଛି ପରିବା ମାର୍କେଟ

0

ଭୁବନେଶ୍ବର; ୧୦ ଦଫା ଦାବି ପୂରଣ ନିମନ୍ତେ ଗତକାଲିଠୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହାର ସିଧା ପ୍ରଭାବ ବଜାର ଉପରେ ପଡ଼ିଛି। ପରିବା, ଫଳ ସହ ଅତ୍ୟାବଶ୍ୟକ ଜିନିଷ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବଜାରକୁ ଆସିପାରୁନି। ବିଭିନ୍ନ ସ୍ଥାନରେ ପନିପରିବା ଓ ଅନ୍ୟ ସାମଗ୍ରୀ ବୋଝେଇ ଗାଡ଼ି ଅଟକି ରହିଛି। ଗୋଟିଏ ପଟେ ଖାଉଟିଙ୍କ ନିକଟରେ ଜିନିଷ ପହଞ୍ଚି ପାରୁ ନ ଥିବା ବେଳେ ରାସ୍ତା ଉପରେ କିନ୍ତୁ ଗାଡ଼ି ଅଟକି ରହିଥିବାରୁ ପନିପରିବା ଓ ଫଳ ଆଦି ପଚିବାରେ ଲାଗିଛି। 

ରାଜ୍ୟର ସବୁଠୁ ବଡ଼ ପରିବା ମାର୍କେଟ କଟକର ଛତ୍ରବଜାରରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଛତ୍ରବଜାରକୁ ବିଭିନ୍ନ ଜିଲ୍ଲାରୁ ତଥା ରାଜ୍ୟ ବାହାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଓ ଫଳ ଆସୁଥିବା ବେଳେ ଏବେ ଏହି ସ୍ଥାନ ଖାଁ ଖାଁ ଦିଶୁଛି। 

ଗୋଟିଏ ପଟେ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ପରିବା କିଲୋ ପିଛା ୫ରୁ ୧୦ ଟଙ୍କା ଯାଏ ବଢ଼ି ଗଲାଣି।  ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲାଣି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଲେ ଆସନ୍ତାକାଲି ପରିସ୍ଥିତି ଆହୁରି ଅଣାୟତ୍ତ ହେବ ବୋଲି ଅନୁମାନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଚେତାଇ ଦେଇଛନ୍ତି ଛତ୍ର ବଜାର ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

ରାଜ୍ୟରେ ଉପୁଜିଥିବା ଏହି ସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଛି ଡ୍ରାଇଭର ମହାସଂଘ । ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁ ନାହାନ୍ତି। ଆନ୍ଦୋଳନକୁ ୨ ଦିନ ପୂରିବାକୁ ବସିଥିଲେ ବି ଜଣେ ବି ଜନ ପ୍ରତିନିଧି ଆନ୍ଦୋଳନ ସ୍ଥଳକୁ ଯାଇ ଆଲୋଚନା କରି ନାହାନ୍ତି। ତେଣୁ ଆନ୍ଦୋଳନକୁ ଆଗକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। 

Leave A Reply

Your email address will not be published.