ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ

0

କଟକ; ‘ବି’ ସେଟ୍‌ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟ୍‌ର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ । ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ଗୋଟିଏ ବି ମାର୍କ କଟିବନି ବୋଲି ପ୍ରତିଶ୍ରୁତି ଦେଇଛି ।

ସୂଚନାଯୋଗ୍ୟ; ଆଜି ଢେଙ୍କାନାଳରେ ପ୍ରଶ୍ନ ପତ୍ର ତ୍ରୁଟି ହୋଇଥିବା ଖବର ଆସିଛି । B ସେଟ୍ ପ୍ରଶ୍ନ ପତ୍ରରେ A ସେଟର ପ୍ରଶ୍ନ ଥିଲା । ସର୍ବ ମୋଟ ୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହାଛଡା ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବି ଏପରି ଅଭିଯୋଗ ଆସିଛି। ଏହାବାଦ ରାଜ୍ୟର ବିଭିନ୍ନ ସ୍କୁଲରେ ବି ସମାନ ସମସ୍ୟା ଉପୁଜିଥିବା ଜଣାଯାଇଛି। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି ।

ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ପରିକ୍ଷାର୍ଥୀ ଚିନ୍ତିତ ହେବା ଆବଶ୍ୟକ ନାହିଁ । ମୂଲ୍ୟାୟନ ସମୟରେ ପରିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେଉଁ ଯେଉଁ ପିଲାଙ୍କ କ୍ଷେତ୍ରରେ ଏପରି ହୋଇଛି, ସେମାନେ ଜଣାନ୍ତୁ। ପିଲାମାନେ ଆଉ ଥରେ ଏହି ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟା ପାଇଁ ସେମାନଙ୍କର କିଛି ମାର୍କ କଟିବନି ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ବୋର୍ଡ ସଭାପତି ।

Leave A Reply

Your email address will not be published.