ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ

0

କଟକ; ‘ବି’ ସେଟ୍‌ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟ୍‌ର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ । ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ଗୋଟିଏ ବି ମାର୍କ କଟିବନି ବୋଲି ପ୍ରତିଶ୍ରୁତି ଦେଇଛି ।

ସୂଚନାଯୋଗ୍ୟ; ଆଜି ଢେଙ୍କାନାଳରେ ପ୍ରଶ୍ନ ପତ୍ର ତ୍ରୁଟି ହୋଇଥିବା ଖବର ଆସିଛି । B ସେଟ୍ ପ୍ରଶ୍ନ ପତ୍ରରେ A ସେଟର ପ୍ରଶ୍ନ ଥିଲା । ସର୍ବ ମୋଟ ୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହାଛଡା ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବି ଏପରି ଅଭିଯୋଗ ଆସିଛି। ଏହାବାଦ ରାଜ୍ୟର ବିଭିନ୍ନ ସ୍କୁଲରେ ବି ସମାନ ସମସ୍ୟା ଉପୁଜିଥିବା ଜଣାଯାଇଛି। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହିଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଛି। ଏହି ଘଟଣାର ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି ।

ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ପରିକ୍ଷାର୍ଥୀ ଚିନ୍ତିତ ହେବା ଆବଶ୍ୟକ ନାହିଁ । ମୂଲ୍ୟାୟନ ସମୟରେ ପରିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେଉଁ ଯେଉଁ ପିଲାଙ୍କ କ୍ଷେତ୍ରରେ ଏପରି ହୋଇଛି, ସେମାନେ ଜଣାନ୍ତୁ। ପିଲାମାନେ ଆଉ ଥରେ ଏହି ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟା ପାଇଁ ସେମାନଙ୍କର କିଛି ମାର୍କ କଟିବନି ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ବୋର୍ଡ ସଭାପତି ।

Leave A Reply

Your email address will not be published.