ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଦେଶରେ କାୟା ମେଲାଉଛି କରୋନା

0

ନୂଆଦିଲ୍ଲୀ; ଦେଶରେ ଲଗାତାର ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଂଟାରେ ଦେଶରୁ ୧୫ ଶହ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଗତ ୧୪୬ ଦିନ ମଧ୍ୟରେ ଶନିବାର ଦେଶରୁ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ଏହି ସଂଖ୍ୟା ୧୨ ଶହ ୪୯ ଥିଲା । ସେହିପରି ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮ ହଜାର ୬୦୧ ରହିଛି ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହି ସୂଚନା ଦେଇଛି । ଶନିବାର ଦେଶରୁ ଆଉ ୯୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଉ ୬ ଜଣଙ୍କର ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୩ ଜଣ ଥିବା ବେଳେ କର୍ଣାଟକ , ରାଜସ୍ଥାନ ଓ ଉତରାଖଣ୍ଡରୁ ଜଣେ ଲେଖାଏଁ କରୋନା କାରଣରୁ ପ୍ରାଣ ହରାଇଛନ୍ତି ।

ତେବେ କେବଳ ତାମିଲନାଡୁରୁ ହିଁ ଗତ ୨୪ ଘଂଟା ମଧ୍ୟରେ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠା ପଠାଯିବା ସହ ଯୁଗ୍ମ ମାର୍ଗଦର୍ଶିକା ଜାରି ହୋଇଛି । ଚିଠିରେ କୋଭିଡ୍ ମାମଲା ବଢୁଥିବାରୁ ସତର୍କ ରହିବା ସହ କରୋନା ଟେଷ୍ଟିଙ୍ଗକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି । ଏହାସହ ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ ଅପିଲ୍ କରାଯାଇଛି ।

Leave A Reply

Your email address will not be published.