ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦେଶରେ କାୟା ମେଲାଉଛି କରୋନା

0

ନୂଆଦିଲ୍ଲୀ; ଦେଶରେ ଲଗାତାର ବଢୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଂଟାରେ ଦେଶରୁ ୧୫ ଶହ ୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛି । ଗତ ୧୪୬ ଦିନ ମଧ୍ୟରେ ଶନିବାର ଦେଶରୁ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ଏହି ସଂଖ୍ୟା ୧୨ ଶହ ୪୯ ଥିଲା । ସେହିପରି ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮ ହଜାର ୬୦୧ ରହିଛି ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହି ସୂଚନା ଦେଇଛି । ଶନିବାର ଦେଶରୁ ଆଉ ୯୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଉ ୬ ଜଣଙ୍କର ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୩ ଜଣ ଥିବା ବେଳେ କର୍ଣାଟକ , ରାଜସ୍ଥାନ ଓ ଉତରାଖଣ୍ଡରୁ ଜଣେ ଲେଖାଏଁ କରୋନା କାରଣରୁ ପ୍ରାଣ ହରାଇଛନ୍ତି ।

ତେବେ କେବଳ ତାମିଲନାଡୁରୁ ହିଁ ଗତ ୨୪ ଘଂଟା ମଧ୍ୟରେ ୮୮ ଜଣ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠା ପଠାଯିବା ସହ ଯୁଗ୍ମ ମାର୍ଗଦର୍ଶିକା ଜାରି ହୋଇଛି । ଚିଠିରେ କୋଭିଡ୍ ମାମଲା ବଢୁଥିବାରୁ ସତର୍କ ରହିବା ସହ କରୋନା ଟେଷ୍ଟିଙ୍ଗକୁ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି । ଏହାସହ ଲୋକଙ୍କୁ ସତର୍କ ରହିବା ପାଇଁ ମଧ୍ୟ ଅପିଲ୍ କରାଯାଇଛି ।

Leave A Reply

Your email address will not be published.