ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି

0

କର୍ଣ୍ଣାଟକ; ଆଜି କର୍ଣ୍ଣାଟକରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ରାଜ୍ୟର ଡାଭାନଗେରେରେ ଆଜି ମୋଦି ରୋଡ୍‌ ଶୋ’ କରୁଥିବା ବେଳେ ଏପରି ଘଟଣା ଘଟିଛି। ମୋଦି ରୋଡ ଶୋ’ କରୁଥିବା ବେଳେ ଜଣେ ଯୁବକ ବ୍ୟାରିକେଡ ଡେଇଁ ତାଙ୍କ ନିକଟକୁ ଦୌଡ଼ି ଯିବାକୁ ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ମୋଦିଙ୍କ ପାଖରେ ପହଞ୍ଚିଲା ପୂର୍ବରୁ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ବାକୁ କରି ନେଇଥିଲେ।

ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏପରି ତ୍ରୁଟି ହୋଇଛି। ପୂର୍ବରୁ ହୁବ୍ବାଲି ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭେଦ କରି ମୋଦିଙ୍କ ଆଡ଼କୁ ଦୌଡ଼ି ଆସିଥିଲେ।  ଆଜି ବ୍ୟାରିକେଡ ଡେଇଁ ଥିବା ଯୁବକ ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଘର କୋପ୍ପାଲ ଜିଲ୍ଲାରେ।

ମୋଦି ସମସ୍ତଙ୍କୁ ହାତ ହଲାଇ ଶୁଭେଚ୍ଛା ମଧ୍ୟ ଜଣାଉଥିଲେ। ଏତିକି ବେଳେ ଭିଡ଼ ମଧ୍ୟରୁ ଜଣେ ଯୁବକ ବ୍ୟାରିକେଡ ଡେଇଁ ମୋଦିଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିବା ବରିଷ୍ଠ ପୁଲିସ୍‌ ଅଧିକାରୀ ଆଲୋକ କୁମାର ଦେଖିବାକୁ ପାଇଥିଲେ। ଯୁବକ ଜଣଙ୍କ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଆଲୋକ କୁମାର ତାଙ୍କୁ କାବୁ କରି ନେଇଥିଲେ। ଜଣେ ଏସ୍‌ପିଜି କମାଣ୍ଡୋ ମଧ୍ୟ ଯୁବକଙ୍କୁ ଦୌଡ଼ି ଯାଇ ଧରିଥିଲେ। ଫଳରେ ସେ ଆଉ ମୋଦିଙ୍କ ପାଖରେ ପହଞ୍ଚି ପାରି ନଥିଲେ। ଏସବୁ ଘଟଣା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବଭଳି ହାତ ହଲାଇ ଲୋକଙ୍କୁ ଶୁଭେଚ୍ଛା ଜଣାଇ ଆଗକୁ ଚାଲି ଯାଇଥିଲେ। ଘଟଣା ପରେ ପୁଲିସ୍‌ ଯୁବକଙ୍କୁ ଅଟକ ରଖି ସେ କେଉଁ ଉଦ୍ଦେଶ୍ୟରେ ସୁରକ୍ଷାବଳୟ ଭେଦ କରି ମୋଦିଙ୍କ ପାଖକୁ ଯିବାକୁ ଚାହୁଁଥିଲେ, ସେକଥା ଜାଣିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.